କଟକ: ଆସନ୍ତା ୨୧ ତାରିଖ ଦିନ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ପୂର୍ବତନ ରାଜ୍ୟପାଳ, ବିଶିଷ୍ଟ ଜନନେତା ଜାନକୀବଲ୍ଲଭ ପଟ୍ଟନାୟକଙ୍କର ୭ମ ବାର୍ଷିକ ଶ୍ରାଦ୍ଧସଭା। ଏହି ପରିପ୍ରେକ୍ଷୀରେ ସନ୍ଧ୍ୟା ସାଢ଼େ ୬ଟାରେ କଟକ ବିଜୁ ପଟ୍ଟନାୟକଛକସ୍ଥିତ ସାରଳା ଭବନରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଜାନକୀବଲ୍ଲଭ ସ୍ମାରକୀ ପ୍ରତିଷ୍ଠାନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମୁଖ୍ୟଅତିଥି ଭାବେ ଯୋଗଦେଇ ଦିବଂଗତ ଜନନେତାଙ୍କ ସ୍ମୃତିଚାରଣ କରିବାକୁ ସ୍ୱୀକୃତି ପ୍ରଦାନ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ‘ସମ୍ବାଦ’ ସଂପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେବେ। ପ୍ରତିଷ୍ଠାନର ସଭାପତି ପ୍ରଫେସର ଡକ୍ଟର ବୈଷ୍ଣବ ଚରଣ ସାମଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ହେବାକୁ ଥିବା ଉକ୍ତ ଶ୍ରାଦ୍ଧସଭାରେ ସାହିତ୍ୟ, ସାମ୍ବାଦିକତା ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶାର ୩ ଜଣ କୃତୀ ବ୍ୟକ୍ତିଙ୍କୁ ଅନୁଷ୍ଠାନ ପକ୍ଷରୁ ‘ଜାନକୀବଲ୍ଲଭ ସ୍ମାରକୀ ସମ୍ମାନ-୨୦୨୨’ ପ୍ରଦାନ କରାଯିବ। ସମ୍ବର୍ଦ୍ଧନା ପାଇବାକୁ ଥିବା ୩ ଜଣ ଯଶସ୍ୱୀ ବ୍ୟକ୍ତିଙ୍କ ନାମ ଖୁବ୍ଶୀଘ୍ର ଘୋଷଣା କରାଯିବ ବୋଲି ଜାନକୀବଲ୍ଲଭ ସ୍ମାରକୀ ପ୍ରତିଷ୍ଠାନର ସାଧାରଣ ସମ୍ପାଦକ ବିଶିଷ୍ଟ ସାହିତ୍ୟିକ ଡକ୍ଟର ଗୋବିନ୍ଦ ଭୂୟାଁ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/fh54sf65h4sf65231s32fhfhsfhfh.jpg)