କଟକ : ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ପୂର୍ବତନ ରାଜ୍ୟପାଳ ସ୍ୱର୍ଗତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ନାମରେ ‘ଜାନକୀବଲ୍ଲଭ ସ୍ମାରକୀ ପ୍ରତିଷ୍ଠାନ’ର ଏକ ପ୍ରସ୍ତୁତି ବୈଠକ ସାରଳା ଭବନରେ ଅନୁଷ୍ଠିତ ହୋଇଛି। ଉପ ସଭାପତି ପ୍ରଫେସର ବୈଷ୍ଣବ ଚରଣ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ପ୍ରତିଷ୍ଠାନର ସାଧାରଣ ସମ୍ପାଦକ ଡକ୍ଟର ଗୋବିନ୍ଦ ଭୂୟାଁ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ୨୦୧୮ ମସିହାରେ ଶ୍ରାଦ୍ଧ ସଭା ଓ କଟକ ସହରରେ ସ୍ୱର୍ଗତ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ସ୍ଥାପନ ସମ୍ପର୍କରେ ଆଲୋଚନା ହୋଇଥିଲା। ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ସ୍ଥାନ ନିର୍ଦ୍ଧାରଣ ସମ୍ପର୍କରେ ଆଲୋଚନା ହେବା ସହ ଆବଶ୍ୟକ ହେଲେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତକରି ସରକାରଙ୍କ ପକ୍ଷରୁ ସ୍ଥାନ ଯୋଗାଇ ଦେବାକୁ ଅନୁରୋଧ କରାଯିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା। ଆସନ୍ତା ଅପ୍ରେଲ ୨୧ ତାରିଖରେ ତୃତୀୟ ବାର୍ଷିକ ଶ୍ରାଦ୍ଧବାର୍ଷିକୀରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ମୁଖ୍ୟ ଅତିଥି ଭାବେ ଆମନ୍ତ୍ରଣ କରିବାକୁ ପ୍ରସ୍ତାବ ଗ୍ରହଣ କରାଯାଇଛି। ଉପ ସଭାପତି ଇଞ୍ଜିନିୟର ପ୍ରଭାକର ସ୍ୱାଇଁ, ଆଇନ୍ଜୀବୀ ଧରଣୀଧର ନାୟକ, ଡକ୍ଟର ହେମେନ୍ଦ୍ର ନାରାୟଣ ଦାସ, ଡକ୍ଟର ବାବାଜୀ ଚରଣ ପଟ୍ଟନାୟକ, ଆଇନ୍ଜୀବୀ ଜଗଦୀଶ ମହାନ୍ତି, ଅଧ୍ୟାପକ ଗୌରହରି ମହାନ୍ତି, ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ, ରମେଶ ଭୂୟାଁ, ପ୍ରଫେସର ସଂଜୟ କୁମାର ସାମନ୍ତରାୟ, ବାସନ୍ତୀ ପ୍ରଧାନ, ସଂଜିତ କୁମାର ପଟ୍ଟନାୟକ, ବସନ୍ତ କୁମାର ସେଠୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ଜାନକୀବଲ୍ଲଭ ସ୍ମାରକୀ ପ୍ରତିଷ୍ଠାନର ପ୍ରସ୍ତୁତି ସଭା
/sambad/media/post_attachments/wp-content/uploads/2018/01/JB-Patnaik-Committee.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)