ଭୁବନେଶ୍ବର : ଭୁବନେଶ୍ବର ଲୋକସଭା ଆସନରୁ ପ୍ରତିଦ୍ବନ୍ଦ୍ବିତା କରିବେ ସିପିଆଇ(ଏମ୍‌) ନେତା ଜନାର୍ଦ୍ଦନ ପତି। ସିପିଆଇ(ଏମ୍‌) କେନ୍ଦ୍ରୀୟ କମିଟି ତାଙ୍କ ନାମ ଘୋଷଣା କରିଛି। ଆସନ ବୁଝାମଣା ଆଲୋଚନା ଅନୁଯାୟୀ ସିପିଆଇ(ଏମ୍‌) ପ୍ରାର୍ଥୀଙ୍କୁ ଭୁବନେଶ୍ବର ଲୋକସଭା ଆସନ ଛାଡ଼ି ଦେବାକୁ ରାଜ୍ୟ କଂଗ୍ରେସ ଆପାତତଃ ନିଷ୍ପତ୍ତି ନେଇଛି।

Advertisment

ଆଜି ସିପିଆଇ(ଏମ୍‌) କେନ୍ଦ୍ରୀୟ କମିଟି ଜାରି କରିଥିବା ପ୍ରଥମ ପର୍ଯ୍ୟାୟ ତାଲିକାରେ ଓଡ଼ିଶା ସମେତ ୭ଟି ରାଜ୍ୟରୁ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଏଥିରେ ଓଡ଼ିଶାର ଭୁବନେଶ୍ବର ଲୋକସଭା ଆସନ ପାଇଁ ବରିଷ୍ଠ ବାମପନ୍ଥୀ ନେତା ଶ୍ରୀ ପତିଙ୍କ ନାମ ଉଲ୍ଲେଖ କରାଯାଇଛି। ଉଲ୍ଲେଖଯୋଗ୍ୟ, ଏହି ଆସନରୁ ସିପିଆଇ(ଏମ୍‌) ପ୍ରାର୍ଥୀ ଶିବାଜୀ ପଟ୍ଟନାୟକ ୧୯୭୭, ୧୯୮୯ ଓ ୧୯୯୧ ମସିହାରେ ତିନିଥର ବିଜୟୀ ହୋଇଥିଲେ।