ଗାନ୍ଧି ଜୟନ୍ତୀରୁ ରାଜ୍ୟବ୍ୟାପୀ ବିଜେଡିର ଜନସଂପର୍କ ପଦଯାତ୍ରା

ଭୁବନେଶ୍ବର: ଆଗାମୀ ଅକ୍ଟୋବର ୨ ତାରିଖ ଗାନ୍ଧି ଜୟନ୍ତୀରୁ ରାଜ୍ୟବ୍ୟାପୀ ବିଜେଡି ପକ୍ଷରୁ ଜନସଂପର୍କ ପଦଯାତ୍ରା ଆରମ୍ଭ ହେବ। ଏହା ନଭେମ୍ବର ୨ ତାରିଖ ଯାଏଁ ଚାଲିବ। ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡି ନେତା ଦେବୀ ମିଶ୍ର, ଅରୁଣ ସାହୁ, ପ୍ରମିଳା ମଲ୍ଲିକ ଓ ଦେବୀ ପ୍ରସାଦ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।
ବରମୁଣ୍ଡା ପଡ଼ିଆରେ ବିଜେଡି ପକ୍ଷରୁ ଚଳିତ ମାସ ୨୯ ଓ ୩୦ ତାରିଖରେ ପ୍ରତିନିଧି ସମ୍ମିଳନୀ ଆୟୋଜିତ ହେବ। ୨୯ ତାରିଖରେ ଯୁବ, ଛାତ୍ର, ମହିଳା ମୋର୍ଚ୍ଚାର ରାଜ୍ୟସ୍ତରୀୟ ଓ ଜିଲ୍ଲାସ୍ତରୀୟ ସଂଗଠନର ପ୍ରତିନିଧିଙ୍କୁ ନେଇ ବୈଠକ ଅନୁଷ୍ଠିତ ହେବ, ଯେଉଁଥିରେ ୨ ହଜାରରୁ ଉର୍ଦ୍ଧ୍ୱ ପ୍ରତିନିଧି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ୩୦ ତାରିଖରେ ବିଧାୟକ, ସାଂସଦ, ଜିଲ୍ଲା ସଭାପତି, ଜିଳ୍ଲା ପରିଷଦ ସଦସ୍ୟ, ବ୍ଲକ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷମାନେ ଉପସ୍ଥିତ ରହିବେ। ସେହିପରି ବ୍ରହ୍ମପୁର, କଟକ ଓ ଭୁବନେଶ୍ୱରର ମେୟର ଓ କର୍ପୋରେଟରମାନେ ଯୋଗ ଦେବେ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ପଦଯାତ୍ରାର ପ୍ରସ୍ତୁତି ଏବଂ ପଦଯାତ୍ରା ସମୟରେ କେଉଁ କେଉଁ ପ୍ରସଙ୍ଗ ଲୋକଙ୍କ ନିକଟରେ ପହଞ୍ଚାଯିବ ସେନେଇ ୨ ଦିନିଆ ଆଲୋଚନା ହେବ। ଗାନ୍ଧୀ ଜୟନ୍ତୀରୁ ମାସେ ବ୍ୟାପୀ ଏହି ପଦଯାତ୍ରା କରାଯିବ। ପ୍ରତି ୱାର୍ଡରୁ ଆରମ୍ଭ କରି ପଞ୍ଚାୟତ, ବ୍ଲକ ଓ ମ୍ୟୁନସିପାଲଟି ସ୍ତରରେ ଏହି କାର୍ଯ୍ୟକ୍ରମ କରାଯିବ।

ସମ୍ବନ୍ଧିତ ଖବର