ଭଦ୍ରକରେ ‘ଜନତା କର୍ଫ୍ୟୁ’ ପାଇଁ କଡା କଟକଣା: ୨୯ ତାରିଖ ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ

ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ କେବଳ ଖୋଲା ହେବ, ଜରୁରୀକାଳୀନ ସରକାରୀ କାର୍ଯ୍ୟାଳୟ ଖୋଲା ହେବ

ଭଦ୍ରକ : କରୋନା ଭାଇରସର ଭୟାବହତାକୁ ଲକ୍ଷ୍ୟ କରି ଆସନ୍ତାକାଲି ରବିବାର ୨୨ ତାରିଖ ସକାଳ ୭ଟାରୁ ରାତ୍ରୀ ୯ଟା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନତା କର୍ଫ୍ୟୁ ଘୋଷଣା କରିବା ପରେ ଆଜିଠାରୁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନା କ‌ଟକଣା କଡାକଡି କରାଯାଇଛି। ଜିଲ୍ଲାପାଳ ଜ୍ଞାନ ଦାସଙ୍କ ନିର୍ଦ୍ଦେଶକ୍ରମେ ଆଜି ଭଦ୍ରକ ସହର ସମେତ ୭ ଟି ବ୍ଲକ ଓ ୪ଟି ପୌରାଞ୍ଚଳରେ ଅତ୍ୟାବଶ୍ୟକ ଦୋକାନକୁ ଛାଡି ଦେଲେ ଅନ୍ୟ ସବୁ ଦୋକାନ ବଜାର ଓ ବ୍ୟବସାୟ ପ୍ରତିଷ୍ଠାନକୁ ବନ୍ଦ କରି ଦିଆଯାଇଛି। ଦିନ ୧୦ ବେଳେଠାରୁ ଜିଲ୍ଲା ପ୍ରଶାସନର ସ୍ବତନ୍ତ୍ର ସ୍କ୍ବାର୍ଡ ଦ୍ବାରା ଏଇ ବନ୍ଦ କରାଯାଇଥିଲା। ସବୁ ସ୍କ୍ବାର୍ଡରେ ମାଜିଷ୍ଟ୍ରେଟ୍ ଓ ପୁଲିସ ଅଧିକାରୀମାନଙ୍କୁ ମୁତୟନ କରାଯାଇଛି। ୭ଟି ବ୍ଲକ ପାଇଁ ୭ଟଇ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ଏଇ ଟିମ୍ ଆଜି ୧୦ଟାଠାରୁ ବିଭିନ୍ନ ବ୍ଲକ ଓ ପୌରାଞ୍ଚଳରେ ଥିବା ଦୋକାନ ବଜାର ଓ ବ୍ୟବସାୟ ସଂଘ ସହ ଆଲୋଚନା କରିବା ପରେ କରୋନାର ମୁକାବିଲା ପାଇଁ ସମସ୍ତ ବ୍ୟବସାୟୀକ ସଂଘ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକୁ ପାଳନ କରିଛନ୍ତି।

ଆଜି ଦିନ ପ୍ରାୟ ୧୧ଟା ସୁଦ୍ଧା ଭଦ୍ରକର ଜନ ଗହଳିପୂର୍ଣ୍ଣ ସହର ଖାଁ ଖାଁ ହୋଇଯାଇଥିଲା। ସବୁ ଦୋକାନ ବଜାର ସଟର ପଡି ଯାଇଥିଲା। ହୋଟେଲ, ରେଷ୍ଟୁରାଣ୍ଟ, ମଦ ବାର, ଇଲୋଟ୍ରୋନିକସ୍ ସୋରୁମ୍, କପଡା ସୋ ରୋମ୍, ଡ୍ରେସ୍ ସୋରୁମ୍ ସୁନା ଦୋକାନ ଓ ବଡ ବଡ ସପିଂ ମଲ ମଧ୍ୟ ବନ୍ଦ ହୋଇଯାଇଥିଲା। ଆଜିଠାରୁ ଏଇ ସବୁ ବ୍ୟବସାୟୀକ ପ୍ରତିଷ୍ଠାନ ଗୁଡିକ ବନ୍ଦ କରାଯାଇଥିବା ବେଳେ ଏଇ ବନ୍ଦ ଆସନ୍ତା ମାର୍ଚ୍ଚ ୨୯ ତାରିଖ ପର୍ଯନ୍ତ ବଳବତ୍ତର ରହିବ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। କେବଳ ଅତ୍ୟାବଶ୍ୟକ ଦୋକାନ ଭିତରେ ଔଷକ୍ଷ ଦୋକାନ, ପନି ବରିବା ଦୋକାନ, ଫଳ ଦୋକାନ ଓ ଗ୍ରୋସରୀ ଦୋକାନ ଖୋଲା ରହିବ। ଏହା ବ୍ୟତୀତ ଅନ୍ୟ କୌଣସି ଦୋକାନ ବଜାର ନ ଖୋଲିବା ପାଇଁ ପ୍ରଶସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଫୁଟପାତ ଦୋକାନ ଓ ବୁଲା ବେପାରୀମାନଙ୍କ ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି। କେବେଳ ଦୋକାନ ବଜାର ନୁହେଁ, ରାଜ୍ୟ ସରକାରଙ୍କର ଜରୁରୀ କାଳୀନ ଅଫିସ୍ ଛଡା ଅନ୍ୟ ସବୁ କାର୍ଯ୍ୟାଳୟ ବନ୍ଦ ରହିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ମେଡିକାଲ, ଇଲେକ୍ଟ୍ରୀ ଅଫିସ୍ , ଦମକଳ କେନ୍ଦ୍ର ଓ ପାନୀୟ ଜଳ ଯୋଗାଣ କାର୍ଯ୍ୟାଳୟ ଖୋଲା ରହିବ। ଏଇ କାର୍ଯ୍ୟାଳୟକୁ ମଧ୍ୟ ଲୋକମାନଙ୍କୁ ବାରଣ କରାଯାଇଛି। ଆବଶ୍ୟକ ପଡିଲେ ଟେଲିଫୋନ୍ କିମ୍ବା ହ୍ବାଟସପ୍ ମେସେଜ୍ ଦ୍ବାରା ନିଜର ସମସ୍ୟା ଏଇସବୁ କାର୍ଯ୍ୟାଳୟକୁ ଜଣାଇ ପାରିବେ। କାର୍ଯ୍ୟାଳୟକୁ ଆସିବା ଅତି ଜରୁରୀ ଆସିପାରିବେ। କିନ୍ତୁ ସମଦୂରତା ରକ୍ଷା କରି ଅଫିସରେ ନିଜର କାର୍ଯ୍ୟ କରି ପଳାଇ ଯିବାକୁ ପରାମର୍ଶ ଦିଆଯାଇଛି। ଆଜି ଭଦ୍ରକର ସହର ସମେତ,ବନ୍ତ, ଭଣ୍ଡାରିପୋଖରୀ, ଧାମନଗର, ଚାନ୍ଦବାଲି, ତିହିହି, ବାସୁଦେବପୁର, ଧାମରା ଆଦି ଅଞ୍ଚଳରେ ଥିବା ବଜାର ହାଟ ସବୁ ବନ୍ଦ କରାଯାଇଛି। ବିଭିନ୍ନ ବ୍ଲକରେ ଥିବା ସାପ୍ତାହିକ ହାଟ ଖୋଲିବାରେ ମଧ୍ୟ କଟକଣା ଲଗାଯାଇଛି। ଦୋକାନ ବଜାର ବନ୍ଦ ଯୋଗୁଁ ଭଦ୍ରକ ସହର ଖାଁ ଖାଁ ଲାଗୁଛି।

ସେହିପରି ଆଜିଠାରୁ ଭଦ୍ରକ ଆରଟିଓ ଅଡ୍ ନମ୍ବର ସିଷ୍ଟମରେ ଗାଡି ଚଳାଚଳ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଆସନ୍ତାକାଲି ଜିଲ୍ଲାର ସମସ୍ତ ବସ୍ ଚଳାଚଳ ବନ୍ଦ କରିବା ପାଇଁ ଭଦ୍ରକ ଜିଲ୍ଲା ବସ୍ ସିଣ୍ଡିକେଟ୍ ସହ ଆଲୋଚନା କରାଯାଇଛି। ବସ୍ ସିଣ୍ଡିକେଟ୍ ମଧ୍ୟ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶରେ ଆସନ୍ତାକାଲି ବସ୍ ଚଳା ଚଳ ବନ୍ଦ କରିବେ ବୋଲି ପ୍ରକାଶ କରିଛନ୍ତି। କେବଳ ଘରୋଇ ବସ୍ ନୁହେଁ, ଟ୍ରେକର, କାର ଓ ଅଟୋ ରିକ୍ସା ଚଳାଚଳ ଉପରେ ମଧ୍ୟ ଆସନ୍ତାକାଲି ପାଇଁ କଟକଣା କରାଯାଇଛି। କେବଳ ଆମ୍ବୁଲାନସ୍, ଫାୟାର ଗାଡି ଓ ପୁଲିସ, ପ୍ରଶାସନି ଓ ପ୍ରେସ୍ ଗାଡି ଚଳାଚଳ କରିବା ପାଇଁ ନିର୍ଦ୍ଦେଶ ରହିଛି। ମେଡିକାଲ‌ କେସରେ କେବଳ କୋହଳ କରାଯାଇପାରିବ ।

ସେହିପରି ଭଦ୍ରକର ଜିଲ୍ଲାର ଦୁଇ ଜଣ ଲୋକ ମାଲେଏସିଆରେ ଚାକିରୀ କରିଥିଲେ। ସେଇ ଦମ୍ପତ୍ତି ଗତ ଦୁଇ ଦିନ ତଳେ ଭଦ୍ରକ ସହରରେ ଥିବା ତାଙ୍କର ମଠସାହିସ୍ଥିତ ଘରକୁ ଆସିଛନ୍ତି। ଏଇ କଥା ଜଣାପଡିବା ପରେ ଆଜି ସଂପୃକ୍ତ ଦମ୍ପତ୍ତିଙ୍କୁ ଜିଲ୍ଲା ପ୍ରଶାସନ ଓ ପୁଲିସର ସହାୟତାରେ ଡାକ୍ତରୀ ପରୀକ୍ଷା ପାଇଁ ପରାମର୍ଶ ଦିଆଯାଇଛି। ମାତ୍ର ଏବେସୁଦ୍ଧା‌ ଏଇ ପରିବାର ମେଡିକାଲ ପରୀକ୍ଷା ପାଇଁ କୌଣସି ପ୍ରକାର ସହାୟତା କରି ନଥିବା ବେଳେ ଏହାକୁ ନେଇ ସାରା ସହରରେ ଆତଙ୍କ ଖେଳି ଯାଇଛି। ସେମାନଙ୍କର ରକ୍ତ ନମୁନା ଅଣାଯାଇ ପରୀକ୍ଷା ପାଇଁ ଲବ୍ରୋଟାରୀକୁ ପଠାଯିବା ନେଇ ଉଦ୍ୟମ ଆରମ୍ଭ କରାଯାଇଛି। ଏଇ ଦମ୍ପତ୍ତିକୁ ନିଜ ଘରୁ ବାହାରକୁ ନବାହାରିବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର