ଧାମନଗରରେ ଜନତା କର୍ଫ୍ୟୁ ସଫଳ

ଧାମନଗର : ପ୍ରଧାନମନ୍ତ୍ରୀଙ୍କ ଜନତା କର୍ଫ୍ୟୁ ଘୋଷଣା ହେବା ପରେ ଏହାକୁ ପାଳନ କରିବା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ଆଜି ଧାମନଗର ବ୍ଲକରେ ସକାଳ ୭ଟାରୁ ବନ୍ଦ ପାଳନ କରାଯାଇ ରାତି ୯ ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ବନ୍ଦ କରାଯାଇଥିଲା। କରୋନା ପାଇଁ ସାରା ଭାରତବର୍ଷରେ କର୍ଫ୍ୟୁ ପାଳନ କରାଯାଉଥିବା ବେଳେ ଧାମନଗର ବ୍ଲକ ପ୍ରଶାସନ ଓ ପୁଲିସର ନିର୍ଦ୍ଦେଶକୁ ଧାମନଗର ବଣିକ ସଂଘ ପାଳନ କରି ବନ୍ଦକୁ ସଫଳ କରିଛନ୍ତି। ବନ୍ଦ ପାଳନ ଯୋଗୁଁ ବସ୍, ଟ୍ରକ୍, ଟ୍ରେକର, କାର, ଅଟୋ ସବୁ କିଛି ବନ୍ଦ ରହିଥିଲା। ରୋଗୀମାନଙ୍କ ଚିକିତ୍ସା ପାଇଁ କେବଳ ଧାମନଗର ମେଡିକାଲ ଖୋଲା ରହିଥିଲା। ସେହିପରି ଧାମନଗର ଥାନା ମଧ୍ୟ ଖୋଲା ରହିଥିଲା। ଧାମନଗର ଅଞ୍ଚଳରେ ଥିବା କିଛି ଔଷକ୍ଷ ଦୋକାନ ଖୋଲା ରହିଥିବା ବେଳେ ଆଉ ସବୁ ବନ୍ଦ କରାଯାଇଥିଲା। ଧାମନଗରରେ ଏଇ ବନ୍ଦର ସଫଳତା ଦେଖିବାକୁ ମିଳିଛି। ଧାମନଗର ବ୍ଲକ ସଦର ମହକୁମା ସହ ଧୁଷୁରୀ, ଅସୁରାଳି, ଦୋବଲ, ବେତାଳିଗାଁ, କୋଠାର ଆଦି ଅଞ୍ଚଳରେ ଥିବା ଦୋକାନ ବଜାର ମଧ୍ୟ ବନ୍ଦ ରହିଛି।

ସମ୍ବନ୍ଧିତ ଖବର