ଅଷ୍ଟମ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି: ‘ଜାନକୀବାବୁ ସାହିତ୍ୟ, ସାମ୍ବାଦିକ ଓ ରାଜନୀତିର ତ୍ରିବେଣୀ ସଙ୍ଗମ ଥିଲେ’

ତିନିମୁହାଣୀ ଛକରେ ପ୍ରତିମୂର୍ତ୍ତି ଉନ୍ମୋଚିତ

କେନ୍ଦ୍ରାପଡ଼ା : ଜାନକୀବାବୁ ବହୁବିଧ ପ୍ରତିଭାର ଅଧିକାରୀ ଥିଲେ। ସାହିତ୍ୟ ଓ ସାମ୍ବାଦିକତାରେ ତାଙ୍କର ଯେଭଳି ବ୍ୟୁତ୍ପତ୍ତି ଥିଲା, ରାଜନୀତିରେ ମଧୢ ସେହିଭଳି ଦଖଲ ଥିଲା। ସାହିତ୍ୟ ଓ ରାଜନୀତି ଭିତରେ ଯେଉଁ ନିବିଡ଼ ସ˚ପର୍କ ରହିଛି, ତା’ର ମୂର୍ତ୍ତିମନ୍ତ୍ର ପ୍ରତୀକ ଥିଲେ ସେ। ଓଡ଼ିଆ ଭାଷାକୁ ପ୍ରାଣଭରି ଭଲ ପାଉଥିଲେ। ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିବା ପାଇଁ ସର୍ବଦା ଚେଷ୍ଟିତ ଥିଲେ। ଜଣେ ଅନନ୍ୟ ପ୍ରତିଭାର ଅଧିକାରୀ ସ୍ବରୂପ ଜାନକୀବାବୁ ସାହିତ୍ୟ, ସାମ୍ବାଦିକ ଓ ରାଜନୀତିର ତ୍ରିବେଣୀ ସଙ୍ଗମ ଥିଲେ ବୋଲି କେନ୍ଦ୍ରାପଡ଼ାରେ ଜନନାୟକ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଅଷ୍ଟମ ଶ୍ରାଦ୍ଧବାର୍ଷିକୀ ସମାରୋହରେ ଯୋଗଦେଇ ‘ସମ୍ବାଦ’ର ସ˚ପାଦକ ତଥା ଖଣ୍ତପଡ଼ା ବିଧାୟକ ସୌମ୍ୟର˚ଜନ ପଟ୍ଟନାୟକ ଏହା କହିଛନ୍ତି।

ଜାନକୀବଲ୍ଲଭ ସ୍ମୃତି ପରିଷଦ, କେନ୍ଦ୍ରାପଡ଼ା ପକ୍ଷରୁ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭା ଉପଲକ୍ଷେ ପ୍ରାରମ୍ଭରେ ତିନିମୁହାଣୀ ଛକ ସେଲ୍‌ଫି ପଏଣ୍ଟ୍‌ ନିକଟରେ ଜାନକୀ ବାବୁଙ୍କ ପ୍ରତିମୂର୍ତ୍ତିକୁ ଅତିଥିମାନେ ଉନ୍ମୋଚିତ କରିଥିଲେ। ପରେ ପରିଷଦର ସଭାପତି ବରିଷ୍ଠ କ˚ଗ୍ରେସ ନେତା ଗଣେଶ୍ବର ବେହେରାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ମ୍ୟୁନିସିପାଲିଟି ଟାଉନ୍‌ହଲ୍‌ରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ ଶ୍ରୀ ପଟ୍ଟନାୟକ। ସେ କହିଥିଲେ, ତ୍ରିବେଣୀ ସଙ୍ଗମର କଥା ଆସିଲେ ଆମ ମନକୁ  ଗଙ୍ଗା-ଯମୁନା-ସରସ୍ବତୀ ନଦୀର କଥା ଆସିଥାଏ। ରାଜନୀତିକୁ ଅଲଗା ରଖି ଯଦି ବିଚାର କରିବା ତେବେ ଗଙ୍ଗା-ଯମୁନା ଭଳି ଜାନକୀ ବାବୁଙ୍କ କ୍ଷେତ୍ରରେ ସାହିତ୍ୟ ଓ ସାମ୍ବାଦିକତାର ସ˚ଗମ ଘଟିଥିଲା। ଓଡ଼ିଆ ଗଦ୍ୟ ସାହିତ୍ୟର ଅନବିଦ୍ୟ ସ୍ରଷ୍ଟା ଥିଲେ ସେ । ତାଙ୍କ ମୂର୍ତ୍ତି ଅପେକ୍ଷା ଯଦି କୀର୍ତ୍ତିକୁ ଉତ୍ତରପିଢ଼ି ଅଧିକ ମନେ ରଖିବେ, ତାହା ହିଁ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ଶ୍ରୀ ପଟ୍ଟନାୟକ ଆଶାପୋଷଣ କରିଥିଲେ।

ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଡଭୋକେଟ୍‌ ଜେନେରାଲ୍‌ ଅଶୋକ ପରିଜା ଜାନକୀବାବୁଙ୍କ ସଫଳ ରାଜନୈତିକ ଯାତ୍ରା ସଂପର୍କରେ ଅବତାରଣା କରିଥିଲେ। ସେ କିଭଳି ଓଡ଼ିଶାକୁ ଭଲ ପାଉଥିଲେ, ସେ ସମ୍ପର୍କରେ ମତରଖି ଶ୍ରୀ ପରିଜା କହିଥିଲେ, ତାଙ୍କ ପାଖକୁ ଯିଏ ଯାଉଥିଲା, ଖାଲି ହାତରେ ଫେରୁ ନ ଥିଲା। ହଜାର ଦିନରେ ହଜାର କୋଟିର ହଜାର ଶିଳ୍ପ ପ୍ରତିଷ୍ଠାର ଅଭିନବ ଉଦ୍ୟମ ତାଙ୍କୁ ଦୂରଦୃଷ୍ଟିସ˚ପନ୍ନ ରାଜନେତାର ପରିଚୟ ଦେଇଥିଲା ବୋଲି ଶ୍ରୀ ପରିଜା କହିଥିଲେ।

କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା, ଜିଲ୍ଲା କ˚ଗ୍ରେସ ସଭାପତି ପୂର୍ବତନ ବିଧାୟକ ଅ˚ଶୁମାନ ମହାନ୍ତି, ବରିଷ୍ଠ ଆଇନଜୀବୀ ତଥା କ˚ଗ୍ରେସ ନେତା ଧରଣୀଧର ନାୟକ, କେନ୍ଦ୍ରାପଡ଼ା ପୌରପାଳିକା ପୌରାଧୢକ୍ଷା ସରିତା ସାହୁ, ସିପିଆଇଏମ୍‌ ନେତା ବାବାଜୀ ଚରଣ ଧଳ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସମାଜର ସବୁ କ୍ଷେତ୍ରରେ ଜାନକୀବାବୁ ଯେଉଁ ଅବଦାନ ଛାଡ଼ି ଯାଇଛନ୍ତି, ତାହା ସ୍ମରଣୀୟ ହୋଇ ରହିବ ବୋଲି ମତପୋଷଣ କରିଥିଲେ। ରାଜନୀତିରେ ତାଙ୍କ ସହିତ ବିତାଇଥିବା ମୁହୂର୍ତ୍ତ ଏବ˚ ବିଭିନ୍ନ ଘଟଣାବଳୀ ସ˚ପର୍କରେ ପରିଷଦର କାର୍ଯ୍ୟକାରୀ ଅଧୢକ୍ଷ ଚିନ୍ମୟ ପ୍ରସାଦ ବେହୁରା ଅଭିଭାଷଣ ରଖିଥିଲା ବେଳେ ଶିକ୍ଷାବିତ୍‌ ନନ୍ଦକିଶୋର ପରିଡ଼ା ବକ୍ତବ୍ୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଶାରିରୀକ ଅସୁସ୍ଥତା ପାଇଁ ଅନୁପସ୍ଥିତ ଥିବା ବିଧାୟକ ଶଶୀଭୂଷଣ ବେହେରା ଜାନକୀବାବୁଙ୍କ ଉଦ୍ଦେଶ୍ୟରେ ପଠାଇଥିବା ବାର୍ତ୍ତାକୁ ପରିଷଦର ସଭାପତି ଶ୍ରୀ ବେହେରା ପାଠ କରିଥିଲେ।

ଏହି ଅବସରରେ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବରିଷ୍ଠ ପ୍ରାବନ୍ଧିକ ତଥା ସାହିତ୍ୟ ସମାଲୋଚକ ଡକ୍ଟର କୃଷ୍ଣଚନ୍ଦ୍ର ପ୍ରଧାନ ଓ ସାହିତ୍ୟିକ ତଥା ଜଗନ୍ନାଥ ସ˚ସ୍କୃତିର ଗବେଷକ ଡକ୍ଟର ହରିହର କାନୁନ୍‌ଗୋଙ୍କୁ ‘ଜାନକୀବଲ୍ଲଭ ସାହିତ୍ୟ ସମ୍ମାନ-୨୦୨୩’ରେ ସମ୍ମାନିତ କରାଯାଇଥିଲା। ପରିଷଦର ସଭାପତି ଶ୍ରୀ ବେହେରା ସ୍ବାଗତ ଭାଷଣ, ଅତିଥି ପରିଚୟ ପ୍ରଦାନ ସହିତ ଧନ୍ୟବାଦ ଦେଇଥିଲେ।

ଏହି ସଭାରେ ଡକ୍ଟର ଗୋବିନ୍ଦ ଭୂୟାଁ, ପୂର୍ବତନ ନଗରପାଳ ଆକବର ଅଲ୍ଲୀ, ବିଜେଡି ନେତା ରବି ସାମଲ, ରାଜେଶ ଦାସ, ସାହିତ୍ୟିକ ବାସୁଦେବ ଦାସ, ଅଜୟ ସାମଲ, ଭୀମସେନ ଭୂୟାଁଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି, ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର