ଇସ୍କନ୍ ବ୍ରହ୍ମପୁରରେ ଜନ୍ମାଷ୍ଟମୀ, ନନ୍ଦୋତ୍ସବ ପାଳିତ
ବ୍ରହ୍ମପୁରର ଲାଞ୍ଜିପଲ୍ଲୀ ସ୍ଥିତ ଇସ୍କନ୍ ବ୍ରହ୍ମପୁର ମନ୍ଦିରରେ ଗତକାଲି ପବିତ୍ର ଜନ୍ମାଷ୍ଟମୀ, ନନ୍ଦ ଉତ୍ସବ ହର୍ଷ ଓ ଉଲ୍ଲାସର ସହିତ ପାଳିତ ହୋଇଯାଇଛି । ଜନ୍ମାଷ୍ଟମୀ ଦିନ ଭଜନ-କୀର୍ତ୍ତନ ସାଙ୍ଗକୁ ପବିତ୍ର କୃଷ୍ଣ କଥା ଓ ଶ୍ରୀ ଶ୍ରୀ ରାଧା ରାଧାକାନ୍ତ ମହାପ୍ରଭୁଙ୍କ ଦିବ୍ୟ ମହାଭିଷେକ ଅନୁଷ୍ଠିତ ହୋଇଥିଲା।
1/2
ରାଧାକୃଷ୍ଣଙ୍କ ପୂଜାର୍ଚ୍ଚନା
ନନ୍ଦୋତ୍ସବ ଦିନ ଇସ୍କନର ସଂସ୍ଥାପକ-ଆଚାର୍ଯ୍ୟ ଶ୍ରୀ ଶ୍ରୀମଦ୍ ଏ.ସି. ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦଙ୍କ ଶୁଭ ବ୍ୟାସପୂଜା ଅବସରରେ ଶ୍ରୀଳ ପ୍ରଭୁପାଦଙ୍କ ଦିବ୍ୟ ଗୁଣ-କୀର୍ତ୍ତନ ହେବା ସହ ପୁଷ୍ପାଞ୍ଜଳି ଓ ଆରତୀ ଅନୁଷ୍ଠିତ ହୋଇଥିଲା। ଏହି ଉପଲକ୍ଷେ ଭଗବାନଙ୍କୁ ୫୬ ଭୋଗ ଲାଗି ହୋଇଥିଲା। ଶେଷରେ ସମସ୍ତେ ଉଦଣ୍ଡ କୀର୍ତ୍ତନରେ ଭାଗ ନେବା ସହ ସୁସ୍ୱାଦୁ କୃଷ୍ଣପ୍ରସାଦ ସେବନ କରି ଅତ୍ୟନ୍ତ ଆନନ୍ଦ ଅନୁଭବ କରିଥିଲେ।
2/2
ନନ୍ଦୋତ୍ସବରେ ୮ ହଜାରରୁ ଊର୍ଦ୍ଧ୍ଵ ଭକ୍ତ
ନନ୍ଦୋତ୍ସବରେ ପ୍ରାୟ ୮ ହଜାରରୁ ଊର୍ଦ୍ଧ୍ଵ ଭକ୍ତ ଯୋଗ ଦେଇଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମ ମନ୍ଦିରର ଅଧ୍ୟକ୍ଷ ପଞ୍ଚରତ୍ନ ପ୍ରଭୁ ତଥା ଅନ୍ୟ ବରିଷ୍ଠ ବ୍ରହ୍ମଚାରୀ ଓ ମନ୍ଦିରର ପରିଚାଳନାଗତ ସଦସ୍ୟମାନଙ୍କ ସହଯୋଗରେ ସୁବ୍ୟବସ୍ଥିତ ଢଙ୍ଗରେ ସମ୍ପାଦିତ ହୋଇଥିଲା।