ମାଟ୍ରିକ ପରୀକ୍ଷାଫଳ : ଟପର୍‌ ଜନ୍ମେଜୟ ପଣ୍ଡା

ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ମୋଟ ୬୦୦ ନମ୍ବରରୁ ୫୮୦ ନମ୍ବର ରଖିଛନ୍ତି ଜଗତସିଂହପୁର ଜିଲ୍ଲା ପାରାଦୀପ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର ଜନ୍ମେଜୟ ପଣ୍ଡା। ଜନ୍ମେଜୟ ଭବିଷ୍ୟତରେ ଜଣେ ବୈଜ୍ଞାନିକ ହେବାକୁ ଲକ୍ଷ୍ୟ ରଖିଛନ୍ତି। ଦୈନିକ ୧୦/୧୨ ଘଣ୍ଟା ପରିଶ୍ରମ କରୁଥିବା ଜନ୍ମେଜୟ ନିଜ ଫଳାଫଳକୁ ନେଇ ସନ୍ତୁଷ୍ଟ। ଗଣିତ ଓ ବିଜ୍ଞାନ ତାଙ୍କର ପ୍ରିୟ ବିଷୟ ହୋଇଥିବାରୁ ସେ ବୈଜ୍ଞାନକି ହେବାକୁ ଲକ୍ଷ୍ୟ ରଖିଥିବା ନିଜ ପ୍ରତିକ୍ରିୟାରେ କହିଛନ୍ତି। ଭଗବାନ ଓ ପିତାମାତାଙ୍କ ଆଶୀର୍ବାଦ ସହିତ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ପ୍ରେରଣା ଓ କଠିନ ଅଧ୍ୟବସାୟ ତାଙ୍କୁ ଏହି ସଫଳତା ଦେଇଛି ବୋଲି ସେ କହିଛନ୍ତି। ଜନ୍ମେଜୟଙ୍କ ଘର ପାରାଦୀପ ଉପକଣ୍ଠ ବାଲିଝରା ଗାଁରେ। ବାପା ଗଣେଶ୍ୱର ପଣ୍ଡା ଜଣେ ବ୍ୟବସାୟୀ ଓ ମା’ ହିମାଂଶୁମାଳିନୀ ଗୃହିଣୀ ହୋଇଥିବା ବେଳେ ଜେଜେବାପା ପରମାନନ୍ଦ ପଣ୍ଡା ଜଣେ ଇଂଜିନିୟର୍‌। ପୁଅ ଭଲ କରିବ ବୋଲି ମୋର ଦୃଢ଼ ବିଶ୍ୱାସ ଥିଲା। ହେଲେ ସେ ଏଭଳି ସର୍ବାଧିକ ନମ୍ବର ରଖିଥିବାରୁ ବହୁତ ଖୁସି ଲାଗୁଛି ବୋଲି କହିଛନ୍ତି ବାପା ଗଣେଶ୍ୱର।

ସମ୍ବନ୍ଧିତ ଖବର