ଆସନ୍ତାମାସ ଓଡିଶା ଆସିପାରନ୍ତି ଜାପାନ ପ୍ରଧାନମନ୍ତ୍ରୀ, ମୋଦୀଙ୍କ ସହ କୋଣାର୍କରେ କରିପାରନ୍ତି ଦ୍ୱିପାକ୍ଷିକ ଆଲୋଚନା

ଭୁବନେଶ୍ୱର: ଆସନ୍ତାମାସରେ କୋଣାର୍କ ସୂର୍ଯ୍ୟମନ୍ଦିର ଆସିପାରନ୍ତି ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେ । ଡିସେମ୍ବର ୧୩ରୁ ୧୭ ମଧ୍ୟରେ ପ୍ରଧାନମନ୍ତ୍ରୀ ସିଂଜୋ ଆବେ ଭାରତ ଗସ୍ତରେ ଆସିବାକୁ ଥିବା ବେଳେ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବା ନେଇ ଚର୍ଚ୍ଚା ହେଉଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଜାପାନ ପ୍ରଧାନମନ୍ତ୍ରୀଙ୍କ ଏ ଗସ୍ତରେ କୋଣାର୍କ, ଶିଖର ବୈଠକ ପାଇଁ ଦ୍ୱିତୀୟ ସ୍ଥାନ ଭାବରେ ବଛାଯାଇଛି । ଏଥିରେ ମୋଦୀ ଓ ସିଂଜୋ ଆବେ ଦ୍ୱିପାକ୍ଷିକ ଆଲୋଚନା କରିବେ । ପ୍ରଥମ ସ୍ଥାନ ଭାବେ ଆସାମର ଗୌହାଟିକୁ ସ୍ଥିର କରାଯାଇଥିବା ବେଳେ ଦ୍ୱିତୀୟ ସ୍ଥାନ ଭାବେ ଓଡିଶାର କୋଣାର୍କ ସ୍ଥାନ ପାଇଛି ।

ଚର୍ଚ୍ଚା ହେଉଛି ଦ୍ୱିପାକ୍ଷିକ ଆଲୋଚନା ସମୟରେ ସୂର୍ଯ୍ୟ ମନ୍ଦିରର ଫଟୋ ପ୍ରଛଦ ଭାବେ ସ୍ଥାନ ପାଇପାରେ | ଏଠାରେ ସୂଚନା ଥାଉ କି ଶେଷ ଥର ପାଇଁ ସେପ୍ଟେମ୍ବର ୨୦୧୭ ମସିହାରେ ଆବେ ଭାରତ ଗସ୍ତରେ ଆସିଥିଲେ | ଉଭୟ ଆବେ ଓ ମୋଦୀ ଅହମଦାବାଦରେ ଏକ ରୋଡ଼ ସୋରେ ଭାଗ ନେଇଥିଲେ | ତେବେ ଆବେଙ୍କ ଗସ୍ତ ପୂର୍ବରୁ ଉଭୟ ଦେଶର ବୈଦେଶିକ ମନ୍ତ୍ରାଳୟ ଓ ପ୍ରତିରକ୍ଷା ମନ୍ତ୍ରାଳୟ ନଭେମ୍ବର ୩୦ ତାରିଖରେ ଦ୍ୱିପାକ୍ଷିକ ବୈଠକ କରିପାରନ୍ତି | ଏଠାରେ ଜାପାନ ପ୍ରଧାନମନ୍ତ୍ରୀଙ୍କ ଗସ୍ତ କୁ ନେଇ ଆଲୋଚନା ହୋଇପାରେ |

ସମ୍ବନ୍ଧିତ ଖବର