ଓଡ଼ିଆ ପୁଅ କୁନା ଦାଶଙ୍କୁ ଜାପାନ ସରକାରଙ୍କ ପ୍ରଶଂସା

ଭୁବନେଶ୍ୱର : ଭାରତ ଓ ଜାପାନ ମଧ୍ୟରେ ବନ୍ଧୁତା, ଶିକ୍ଷା, ସାଂସ୍କୃତିକ ମିଳନ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ପାଇଁ ଜାପାନ ସରକାର ବର୍ଷ ୨୦୨୦ ପାଇଁ ଓଡ଼ିଆ ପୁଅ କୁନା ଦାଶଙ୍କୁ ‘ବୈଦେଶିକ ମନ୍ତ୍ରୀଙ୍କ ପ୍ରଶଂସା’‌ ସମ୍ମାନରେ ସମ୍ମାନିତ କରିବେ। ଗତ ୧ ତାରିଖରେ ଜାପାନର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ତାଙ୍କ ନାମ ଯୋଗ୍ୟ ବିବେଚିତ କରାଯାଇଛି। ପୁରୀରେ ଜନ୍ମିତ ଶ୍ରୀ ଦାଶ ଭାରତ ଜାପାନ ଫ୍ରେଣ୍ଡସିପ୍ ସେଣ୍ଟର୍‌ (ଜାପାନ)ର ପ୍ରତିଷ୍ଠାତା ସଭାପତି। ଭାରତ ଓ ଜାପାନ ମଧ୍ୟରେ ଖାଦ୍ୟ, ସଂସ୍କୃତି, ଶିକ୍ଷା, ପର୍ଯ୍ୟଟନ, ବାଣିଜ୍ୟ ଏବଂ ପ୍ରଦର୍ଶନ କଳା କ୍ଷେତ୍ରରେ ପାରସ୍ପରିକ ବୁଝାମଣାର ପ୍ରୋତ୍ସାହନ ନିମନ୍ତେ ଶ୍ରୀ ଦାଶ ୨୦୦୨ ମସିହାରୁ କାମ କରି ଆସୁଛନ୍ତି। ୨୦୦୪ ମସିହାରେ ସେ ପୁରୀରେ ଚନ୍ଦ୍ରଶେଖର ଏକାଡେମି ନାମରେ ଏକ ଶିକ୍ଷାନୁଷ୍ଠାନ ଖୋଲିଛନ୍ତି, ଯେଉଁଠାରେ ଜାପାନୀ ଭାଷା ଓ ସଂସ୍କୃତି ସଂପର୍କରେ ଶିକ୍ଷା ଦିଆଯାଉଛି।

ସମ୍ବନ୍ଧିତ ଖବର