ଜରାସିଂହା ଡବଲ ମର୍ଡର : ୧୬ ଘଣ୍ଟା ପରେ ଆରମ୍ଭ ହେଲା ତଦନ୍ତ

ବଲାଙ୍ଗୀର/ଦେଓଗାଁ : ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ଜରାସିଂହାର ଡବଲ ମର୍ଡର ଘଟଣାର ୧୬ ଘଣ୍ଟା ପରେ ତଦନ୍ତ ଆରମ୍ଭ ହୋଇଛି।

ଗତକାଲି ଅପରାହ୍ନ ୪ଟାରୁ ୫ଟା ଭିତରେ ଗଁାରେ ଗୋଷ୍ଠୀସଂଘର୍ଷ ଘଟିଥିଲା। ଏଥିରେ ୨ ଜଣଙ୍କ ପ୍ରାଣ ଯାଇଥିଲା। ଏହି ଘଟଣା ପରେ ଗଁାରେ ଗୋଟିଏ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଥିଲା। ରାତିତମାମ ଧନମତ ରାଉତଙ୍କ ଶବକୁ ଜଗି ରହିଥିଲା ପୁଲିସ। ଆଜି ସକାଳେ ପୁଲିସ୍‌ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। । ହତ୍ୟାକାଣ୍ଡରେ ବ୍ୟବହାର ହୋଇଥିବା ରଫା ଓ ହତ୍ୟାକାଣ୍ଡରେ ବ୍ୟବହୃତ ଅନ୍ୟ ସାମଗ୍ରୀକୁ ଜବତ କରି ତନ୍ନତନ୍ନ କରି ଯାଞ୍ଚ କରିଛି ସାଇଣ୍ଟିଫିକ ଟିମ। ଘଟଣାର ୧୮ ଘଣ୍ଟା ପରେ ସବୁ ସୌଜନ୍ୟତା ସାରି ଦେଓଗଁା ପୁଲିସ୍‌ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର