ଦେଓଗାଁ : ଦେଓଗାଁ ବ୍ଲକ୍ ଜରାସିଂହାର ପ୍ରସିଦ୍ଧ ବୁଢ଼ୀଆଈ ଯାତ୍ରା କରୋନା କଟକଣା ମଧ୍ୟରେ ଉଦ୍ଯାପିତ ହୋଇଯାଇଛି। ଏହି ଯାତ୍ରା ପାଇଁ ଗତ ଗୁରୁବାର ଗୋରସ ରୁକା ଓ ମନ୍ଦିର ପୂଜା ହୋଇଥିଲା। ଶୁକ୍ରବାର ସନ୍ଧ୍ୟାରେ ସେରନିବଟା ଓ ଲାଖ ବଣ୍ଟନ ହୋଇଥିଲା। କରୋନା କଟକଣାକୁ ଦୃଷ୍ଟିରେ ରଖି ପରିଚାଳନା କମିଟି ପକ୍ଷରୁ ଶନିବାର ହେବାକୁ ଥିବା ଯାତ୍ରାକୁ ଶୁକ୍ରବାର ରାତିରେ ଶେଷ କରାଯାଇଥିଲା।
ଶୁକ୍ରବାର ବିଳମ୍ବିତ ରାତିରେ ବରଗଛ ତଳେ ଥିବା ଅସ୍ଥାୟୀ ପୀଠରେ ପୂଜାର୍ଚ୍ଚନା କରାଯାଇଥିଲା। ଏହି ଯାତ୍ରାରେ ମୁଖ୍ୟ ବରୁଆ ଭାବେ ସନ୍ତୋଷ ଥନାପତି ଦାୟିତ୍ବ ନେଇଥିଲେ। ଜମିଦାର ଦୁର୍ଗାପ୍ରସାଦ ସିଂହଦେଓ, ପୂଜକ ଉଜ୍ବଳ ଝାଙ୍କର, ବୀରପାଏନ ପୂଜକ ବୁଡୁ ପ୍ରତିମାଳୀ, ସାହାଣି-ନାରାୟଣ ସିଂ ସାହାଣି, ପେଠାବାବୁ ଶଙ୍କର ସିଂ ବାବୁ, ମଶାଲିଆ ଶ୍ରୀବତ୍ସ ସାହୁ, ଡ. ସରୋଜ ସାହୁ, ଛତ୍ରିଆ-କିଶନ ଛତ୍ରିଆ ଦାୟିତ୍ବ ନିର୍ବାହ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/023c2cd7-a49c-42ba-a778-7c009212d5bf.jpg)