ଭଦ୍ରକରୁ ଲକ୍ଷାଧିକ ଟଙ୍କାର ନକଲି ଜର୍ଦ୍ଦା ଜବତ, ଜଣେ ଗିରଫ

ଭଦ୍ରକ: ପୁରୁଣାବଜାର ଥାନା ଅନ୍ତର୍ଗତ ଶଙ୍କରପୁର ଅଞ୍ଚଳରୁ ଆଜି ପୁଣି ନକଲି ଜର୍ଦ୍ଦା ପ୍ରସ୍ତୁତ କାରଖାନା ଉପରେ ଚଢାଉ କରାଯାଇଛି। ଚଢାଉ ବେଳେ ପୁଲିସ ବିପୁଳ ପରିମାଣରେ ନକଲି ଜର୍ଦ୍ଦା ଜବତ କରିଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ପ୍ରାଥମିକ ଆକଳନରୁ ଜଣାପଡିଛି। ଏଇ ଘଟଣାରେ ପୁଲିସ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଥିବା ବେଳେ ଏଇ ନକଲି ଜର୍ଦ୍ଦା କାରବାର ଘଟଣାରେ ଆଉ କେଉଁମାନେ ସଂପୃକ୍ତ ରହିଛନ୍ତି। ସେମାନଙ୍କୁ ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ଖୋଜିବା ଆରମ୍ଭ କରିଛି।

ପ୍ରକାଶ ଥାଉକି, ଭଦ୍ରକର ପୁରୁଣାବଜାର ଥାନା ଅଞ୍ଚଳର ଶଙ୍କରପୁର ଅଞ୍ଚଳର ଜଣେ ଲୋକଙ୍କ ଘରୁ ପୁଲିସ କୌଣସି ସୂତ୍ରରୁ ଖବର ପାଇ ଚଢାଉ ଆରମ୍ଭ କରିଥିଲା। ଚଢାଉ ବେଳେ ଏଇ ନକଲି ଜର୍ଦ୍ଦା ପ୍ରସ୍ତୁତ ଆଡ୍ଡାସ୍ଥଳରୁ ସବୁ ଖସି ପଳାଇ ଯାଇଥିଲେ। ପୁଲିସ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି। ଏଇ ସ୍ଥାନରୁ ପୁଲିସ ବସ୍ତା ବସ୍ତା ନକଲି ଜର୍ଦ୍ଦା ଜବତ କରିଛି। କେମିକାଲ, ଜର୍ଦ୍ଦା ପ୍ରସ୍ତୁତ ମେସିନ ଓ ନକଲି ଲୋଗ ସବୁ ଜବତ କରିଛି। ଯେଉଁମାନେ ଏଇ ନକଲି କାରବାରରେ ସଂପୃକ୍ତ ରହିଛନ୍ତି। ସେମାନଙ୍କୁ ଖୋଜା ଚାଲିଛି। ସେଇ ଅଭିଯୁକ୍ତମାଙ୍କୁ ଧରାଯିବ ବୋଲି ପୁଲିସ ସୂଚନା ଦେଇଛି। ଭଦ୍ରକର ପୁରଣାବଜାର ହେଉଛି ନକଲି ଜର୍ଦ୍ଦା ତିଆରି କାରବାରର ପେଣ୍ଠସ୍ଥଳ ପାଲଟିଛି। ଏଇ ଅଞ୍ଚଳରୁ ପୁଲିସ ପକ୍ଷରୁ ଓ ଏସଟିଏଫ ଟିମ୍ ପକ୍ଷରୁ ବାରଂବାର ଚଢାଉ କରାଯାଇ ନକଲି ଜର୍ଦ୍ଦା ତିଆରି କାରଖାନା ଠାବ କରାଯାଉଛି। ନକଲି ଜର୍ଦ୍ଦା ବ୍ୟବସାୟଙ୍କୁ ଗିରଫ କରାଯାଉଛି। ଏମାନଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କାର ଜର୍ଦ୍ଦା ଜବତ କରାଯାଉଛି। ଜର୍ଦ୍ଦା ତିଆରି ଯନ୍ତ୍ରାଂଶ ଜବତ କରାଉଛି। କିନ୍ତୁ ଏହାର ମୂଳ ଉତ୍ପାଟନ କରିବାରେ ପୁଲିସ ହେଉକି ଏସଟିଏଫ ଟିମ୍ କେହି ସଫଳ ହୋଇପାରୁ ନାହାନ୍ତି।

ଭଦ୍ରକର ପୁରୁଣାବଜାର ଅଞ୍ଚଳରେ ଏଇ ନକଲି ଜର୍ଦ୍ଦା ତିଆରି କରିବାରେ କିଙ୍ଗ୍ ପିନ୍ କିଏ! ତାକୁ ପୁଲିସ ଧରୁ। ପୁଲିସ ଯେଉଁମାନଙ୍କୁ ଧରୁଛି, ସେମାନେ ସବୁ ନକଲି ଜର୍ଦ୍ଦା ତିଆରିର ଅସଲ କାର୍ପଟଦାର ନୁହେଁ। ଭଦ୍ରକର ନକଲି ଜର୍ଦ୍ଦା ପ୍ରସ୍ତୁତର ମାଷ୍ଟର ମାଇଣ୍ଡକୁ ଧରିବାକୁ ପୁଲିସକୁ ଆହୁରି କିଛି କସରତ କରିବାକୁ ପଡିବ। ନକଲି ଜର୍ଦ୍ଦା କେଉଁଠୁ ଆସୁଛି। କିଏ ଏହାକୁ କେଉଁଠୁ ଆଣୁଛନ୍ତି। ଯେଉଁ ମାଫିଆ ଜଣଙ୍କ ନକଲି ଜର୍ଦ୍ଦା ଆଣି ଭଦ୍ରକ ସହରରେ ଛୋଟ ଛୋଟ ନକଲି ଜର୍ଦ୍ଦା ତିଆରି କରୁଥିବା ଲୋକଙ୍କୁ ଏଭଳି ଚଞ୍ଚାମାଲ ଯୋଗାଇ ଦେଉଛି। ତାହା ଉପରେ ଆଗ ଚଢାଉ ହେବା ଉଚିତ। କେବଳ ସେତିକି ନୁହେଁ, ନାମିଦାମୀ କମ୍ପାନିର ଲୋଗ କେଉଁଠୁ ପ୍ରସ୍ତୁତ ହେଉଛି। ଏଇ ଲୋଗ କିଏ ତିଆରି କରି ଅନ୍ୟ ଛୋଟ ଛୋଟ ନକଲି ବ୍ୟବସାୟୀଙ୍କୁ ଦେଉଛି। ମାସିକ ଏଇ ଲୋଗ ତିଆରି ବାବଦରେ କେତେ ଟଙ୍କା କାରବାର ହେଉଛି। ଏଭଳି ଲୋଗ ପ୍ରିଣ୍ଟ କରାଯାଉଥିବା ପ୍ରିଣ୍ଟରକୁ ମଧ୍ୟ ତଦନ୍ତ ପରିସରକୁ ଅଣାଯାଉ।

ସେହିପରି କଲିକତାରୁ କେଉଁଠାରୁ ନକଲି ଜର୍ଦ୍ଦାକୁ ଅସଲି ବାସ୍ନାର ରୂପ ଦେବା ପାଇଁ କେମିକାଲ ଓ ସେଣ୍ଟ ଅଣାଯାଉଛି ନକଲି ଜର୍ଦ୍ଦା ପ୍ରସ୍ତୁତ ପରେ ଏହାକୁ କିଭଳି ମାର୍କେଟରେ ବିକ୍ରି କରାଯାଉଛି। ଏହାର ସେଲସ୍ ମେନ୍ ସବୁ କିଏ ଅଛନ୍ତି। କେବଳ ସେତିକି ନୁହେଁ, ଭଦ୍ରକ ମାର୍କେଟକୁ ଛାଡି ଓଡ଼ିଶାର ଅନ୍ୟ ଜିଲ୍ଲା ଓ ରାଜ୍ୟ ବାହାରକୁ ମଧ୍ୟ ନକଲି ଜର୍ଦ୍ଦା ପଠାଯାଉଛି। ଏଇସବୁ ପାର୍ସଲକାରୀ ସଂସ୍ଥା କିଏ। ଏଇ କେମିକାଲ ଓ ସେଣ୍ଟ କିଏ ଯୋଗାଣ କରୁଛି। ଏସବୁ ଦିଗ ପ୍ରତି ଦୃଷ୍ଟି ଦେଲେ ପୁଲିସକୁ ନକଲି ଜର୍ଦ୍ଦା ପ୍ରସ୍ତୁତର ଅସଲ କାର୍ପଟଦାରକୁ ଧରିବାରେ ସହଜ ହୋଇପାରନ୍ତା। ଭଦ୍ରକ ସହରରେ କୋଟି କୋଟି ଟଙ୍କାର ନକଲି ଜର୍ଦ୍ଦା କାରବାର ହୋଉଥିବା ବେଳେ ପୁଲିସ ଏଇ କଳା ବେପାରୀଙ୍କୁ ଧରିବା ଦିଗରେ ଅଧିକ ତତ୍ପରତା ପ୍ରକାଶ କରିବା ଉଚିତ।

ସମ୍ବନ୍ଧିତ ଖବର

Comments are closed.