ଯାତ୍ରାପାର୍ଟି ଗାଡ଼ି ଦୁର୍ଘଟଣାଗ୍ରସ୍ତ: ନୃତ୍ୟଶିଳ୍ପୀ ମୃତ

ଜଳେଶ୍ୱର : ୬୦ ନମ୍ବର ଜାତୀୟ ରାଜପଥର ଜଳେଶ୍ୱର ଥାନା ଅଧୀନ ନନ୍ଦିକା ନିକଟରେ ଆଜି ଏକ ଯାତ୍ରାପାର୍ଟି ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବାରୁ ଘଟଣାସ୍ଥଳରେ ଜଣେ କଳାକାରଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ସଙ୍କଟ୍ଟାପନ୍ନ ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି। କମର୍ଦ୍ଦା ଥାନା ଅଧୀନ କୁଶୁଡ଼ା ଅଞ୍ଚଳର ଏହି ଯାତ୍ରାପାର୍ଟି ଗତକାଲି ରାତିରେ ଗାଁ ଅମର୍ଦ୍ଦା ନିକଟସ୍ଥ ସରିଷାରେ ଯାତ୍ରା ମଞ୍ଚସ୍ଥ କରି ଆଜି ପଶ୍ଚିମବଙ୍ଗର ଗୋମୁଣ୍ଡାରେ ଯାତ୍ରା ମଞ୍ଚସ୍ଥ କରିବା ପାଇଁ ଯାଉଥିଲା।

ସମ୍ବନ୍ଧିତ ଖବର