ପ୍ରଶାସନର ପ୍ରସ୍ତାବରେ ଯାତ୍ରା କମିଟି ଅରାଜି

ଭୁବନେଶ୍ବର: ଦୀର୍ଘ ୮ରୁ ୯ ମାସ ହେଲା ବନ୍ଦ ରହିଛି ଯାତ୍ରା । କରୋନା ଯୋଗୁଁ ଯାତ୍ରା ଉପରେ ପ୍ରତିବନ୍ଧକ ଲାଗିଥିବାରୁ କଳାକାର ଅଭାବ ଅସୁବିଧାରେ ଦିନ କାଟୁଛନ୍ତି । ଏବେ ଖଣ୍ଡଗିରି ମାଘ ମେଳାରେ ଯାତ୍ରା ପାର୍ଟିକୁ ଅନୁମତି ମିଳିବ ନା ନାହିଁ ସେ ନେଇ ଦ୍ୱନ୍ଦ୍ୱ ଦେଖା ଦେଇଛି । କମ ସଂଖ୍ୟକ ଦର୍ଶକଙ୍କୁ ନେଇ ଯାତ୍ରା କରିବା ପାଇଁ ପ୍ରଶାସନର ପ୍ରସ୍ତାବରେ ଯାତ୍ରା କମିଟି ରାଜି ହୋଇ ନାହିଁ । ତେଣୁ ସରକାରଙ୍କୁ ଯାତ୍ରା ପାଇଁ ଅନୁମତି ଦେବାକୁ ଅନୁରୋଧ କରିଛନ୍ତି ଯାତ୍ରା କଳାକାର ।

ଯାତ୍ରା ପାଇଁ ସରକାର ଅନୁମତି ଦେଇଛନ୍ତି ।ହେଲେ ସ୍ଥାନୀୟ ପ୍ରଶାସନ ଠାରୁ ଅନୁମତି ଓ ୫ଶହ ଦର୍ଶକଙ୍କୁ ନେଇ ଯାତ୍ରା ପରିବେଷଣ କରିବା ପାଇଁ ସର୍ତ୍ତ ରହିଛି । ହେଲେ ଏତିକିରେ ଯାତ୍ରା ପାର୍ଟି ଗୋଟିଏ ରାତି ପାଇଁ ଯେତେ ଖର୍ଚ୍ଚ କରନ୍ତି, ସେତିକ ମଧ୍ୟ ବାହାରିବ ନାହିଁ ବୋଲି କହିଛନ୍ତି କଳାକାର । କରୋନା ଯୋଗୁଁ ଯାତ୍ରା ଉପରେ କଟକଣା ପରେ ଅଭାବ ଅସୁବିଧାରେ ଦିନ କାଟୁଛନ୍ତି କଳାକାର ଓ ତାଙ୍କ ପରିବାର । କେବଳ କଳାକାର ନୁହଁନ୍ତି, ଯାତ୍ରା ଉପରେ ନିର୍ଭର କରିବା ପରିବାର ଚଳାଉଥିବା ଲୋକ ବି ରୋଜଗାର ହରାଇଛନ୍ତି ।

ସମ୍ବନ୍ଧିତ ଖବର