ସୀମାନ୍ତ ଜଙ୍ଗଲରେ ଯବାନ – ନକ୍ସଲ ଗୁଳି ବିନିମୟ

୫ ଯବାନ ଆହତ,ନକ୍ସଲ ଶିବିର ଧ୍ବସ୍ତ

ରାଉରକେଲା: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ପଶ୍ଚିମବଙ୍ଗ ଜିଲ୍ଲା ଗୋଏଲକେରା ନିକଟସ୍ଥ ସରଜାମପୁର ଜଙ୍ଗଲରେ ଯବାନ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟ ହୋଇଛି। ଗୁଳି ବିନିମୟରେ ୫ ଯବାନ ଆହତ ହୋଇଛନ୍ତି। ସମସ୍ତଙ୍କୁ ଚିକିତ୍ସା ପାଇଁ ସ୍ବତନ୍ତ୍ର ବାୟୁସେନା ହେଲିକେପ୍ଟରରେ ରାଞ୍ଚି ନିଆଯାଇଛି। ଆହତମାନେ ହେଲେ ସୂରଜ କୁମାର, ସୁଶୀଲ ଲାକଡା, କୃଷ୍ଣନାଥ ବୋଖ୍ରେ, ବୁଦ୍ଧଦେବ କିସାନ ଓ ସନ୍ଦୀପ। ଏମାନଙ୍କ ମଧ୍ୟ କେତେଜଣ ଯବାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡିଛି।

ନକ୍ସଲସଙ୍ଗଠନର ମେଳି ହୋଇଥିବା ସୂଚନା ପାଇ ଆଜି ସକାଳ ପ୍ରାୟ ୮ଟାରେ ୨୦୫  ବଟାଲିୟନ୍‌, ଝାରଖଣ୍ଡ ଜଗୁଆର ଓ ସିଆର୍‌ପିଏପ୍‌ ୬୦ ବଟାଲିୟନ୍‌ର ଯବାନମାନେ ସରଜାମବୁର ଘଞ୍ଚ ଜଙ୍ଗଲରେ ବଡଧରଣର ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଥିଲେ। ଯବାନମାନେ ନକ୍ସଲମାନଙ୍କୁ ଜଙ୍ଗଲରୁ ଚତୁଃପାର୍ଶ୍ବରୁ ଘେରି ଯାଇଥିଲେ। ନକ୍ସଲମାନେ ଶିବିର ଛାଡି ଖସିବାକୁ ଯବାନଙ୍କ ଉପରୁ ଗୁଳି ଚାଳାଇଥିଲେ। ପାଲଟା ଜବାବରେ ଯବାନମାନେ ମଧ୍ୟ ଗୁଳି ଚଳାଇଥିଲେ। ପ୍ରାୟ ଅଧଘଣ୍ଟା ଧରି ପରସ୍ପର ମଧ୍ୟ ଗୁଳି ବିନିମୟ ହୋଇଥିଲା। ନକ୍ସଲଙ୍କ ଗୁଳିରେ ଘଟଣାସ୍ଥଳରେ ୫ ଯବାନ ଆହତ ହୋଇଥିଲେ। ଏହାର ସୁଯୋଗ ନେଇ ନକ୍ସଲମାନେ ଶିବିର ଛାଡି ଫେରାର ହୋଇଯିବାରେ ସକ୍ଷମ ହୋଇଥିଲ। ଯବାନମାନେ ନକ୍ସଲଙ୍କ ଶିବିରକୁ ଧ୍ବସ୍ତ ମଧ୍ୟ କରି ଦେଇଥିଲେ। ଘଟଣାପରେ ସରଜାମବୁରୁ ଜଙ୍ଗଲରେ ଯବାନମାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ଉଲ୍ଲେଖଯୋଗ୍ୟ, ନଭେମ୍ବରରେ ଯବାନମାନେ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଚିଡିଆବେଡା ଜଙ୍ଗଲରେ ଚଢ଼ଉ କରି ନକ୍ସଲମାନେ ବିସ୍ଫୋରଣରେ ବ୍ୟବହାର କରୁଥିବା ସାମଗ୍ରୀ ଜବତ କରିଥିଲେ।

ସମ୍ବନ୍ଧିତ ଖବର