ଟ୍ରେନରୁ ଖସି ପଡୁଥିବା ମହିଳାଙ୍କୁ ଉଦ୍ଧାର କଲେ ଯବାନ

ଝାରସୁଗୁଡା: ଝାରସୁଗୁଡ଼ା ରେଳ ଷ୍ଟେସନରେ ଟ୍ରେନରୁ ଖସି ପଡୁଥିବା ଜଣେ ମହିଲଙ୍କୁ ଝାରସୁଗୁଡ଼ା ଆର ପି ଏଫ ର ଜଣେ ଯବାନ ରାଜେଶ କୁମାର ଯାଦବ ତୁରନ୍ତ ପହଞ୍ଚି ମହିଲଙ୍କୁ ଉଦ୍ଧାର କରିଥିବା ସିସି ଟିଭିରୁ ଜଣ ପଡୁଛି। ଗତ କାଲି ରାତି ଗୋଟାଏ ବେଳେ ୨ ନମ୍ବର ପ୍ଲାଟ ଫର୍ମରୁ ହାବଡ଼ା ଯିବା ପାଇଁ ସମରସତ୍ତା ଏକ୍ସପ୍ରେସ ବାହାରୁଥିବା ବେଳେ ଜଣେ ମହିଳା ଟ୍ରେନରେ ଦୌଡ଼ି ଯାଇ ଚଢୁଥିବା ବେଳେ ଖସି ପଡିଥିଲେ।

ଟ୍ରେନ ତଳକୁ ମହିଳା ଗାଡି ଯିବା ପୂର୍ବରୁ ନିକଟରେ ଥିବା ଯବାନ ଶ୍ରୀ ଯାଦବ ମହିଲଙ୍କୁ ଟାଣି ଆଣିଲେ। ମହିଳାଙ୍କ ନାମ ସୁଲତାନା ଖାଁ (୩୬) ଓ ତାଙ୍କ ଘର ଝାରସୁଗୁଡ଼ା ତେଲିଭଟା ଅଂଚଳର ବୋଲି ଆର ପି ଏଫ ସୂତ୍ରରୁ ଜଣା ପଡିଛି।

ସମ୍ବନ୍ଧିତ ଖବର