ମାଲକାନଗିରି: ମାଲକାନଗିରି ଜିଲ୍ଲାର ଏମ୍‌ଭି-୭୯ଠାରେ ଅବସ୍ଥାପିତ ବିଏସ୍‌ଏଫ୍‌ କ୍ୟାମ୍ପ୍‌ରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ଦୁର୍ଭାଗ୍ୟବଶତଃ ଜଣେ ଯବାନଙ୍କ ବନ୍ଧୁକରୁ ଅଚାନକ ଗୁଳି ଫୁଟି କ୍ୟାମ୍ପ୍‌ ପରିସରରେ ଘାସ ବାଛୁଥିବା ଅନ୍ୟଜଣେ ଯବାନଙ୍କ ପେଟରେ ଯାଇ ବାଜିଛି। ଫଳରେ, ଏହି ଯବାନ ଜଣକ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯବାନଙ୍କୁ ଭର୍ତ୍ତି କରାଯିବା ସହିତ ତାଙ୍କ ପେଟରୁ ଗୁଳି ବାହାର କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ବିଏସ୍‌ଏଫ୍‌ ପକ୍ଷରୁ କୁହାଯାଇଛି।