ଭୁବନେଶ୍ବର : ବାତ୍ୟା ଜୱାଦ ଜନିତ ବର୍ଷା ଯୋଗୁଁ ୧୨ଜିଲ୍ଲାର ୧୦୦ ବ୍ଲକ୍‌ ଅନ୍ତର୍ଗତ ୧୧ ହଜାର ୯୭୦ଟି ଗାଁ, ୨୮ଟି ସହରାଞ୍ଚଳର ୨୦୩ଟି ଓ୍ବାର୍ଡର ୩ ଲକ୍ଷ ୯୪ ହଜାର ୯୧୬.୨୨ ହେକ୍ଟର୍‌ ଫସଲ କ୍ଷତି ପାଇଁ ମିଳିବ କ୍ଷତିପୂରଣ। ଏଥିମଧ୍ୟରୁ ୧ଲକ୍ଷ ୬୧ ହଜାର ୨୬୬.୦୩ ହେକ୍ଟର ଜଳସେଚିତ, ୨ଲକ୍ଷ ୩୩ ହଜାର ୬୦୧.୬୩ ହେକ୍ଟର ଅଣଜଳସେଚିତ ଏବଂ ୪୮.୫୬ ହେକ୍ଟର ଚିରସ୍ରୋତା।

Advertisment

ପ୍ରାଥମିକ ଆକଳନ ଅନୁସାରେ, ୧୨ଜିଲ୍ଲାର ୧୩୧ ବ୍ଲକ୍‌ ଅନ୍ତର୍ଗତ ୫.୭୮ଲକ୍ଷ ହେକ୍ଟର୍‌ ଚାଷଜମି କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଥିଲା। ମାତ୍ର ରିଲିଫ କୋଡ୍‌ ଅନୁସାରେ ୩୩ପ୍ରତିଶତ କିମ୍ବା ତଦୂର୍ଧ୍ବ କ୍ଷତିକୁ କ୍ଷତିପୂରଣ ରାଶି ଦିଆଯିବାର ବ୍ୟବସ୍ଥା ରହିଛି। ସେହି ଆଧାରରେ ଏହି ରିପୋର୍ଟ ଦାଖଲ ହୋଇଛି। ରିପୋର୍ଟ ଅନୁଯାୟୀ, ଗଞ୍ଜାମ ସର୍ବାଧିକ ଏବଂ କେନ୍ଦୁଝର ଜିଲ୍ଲାରେ ସର୍ବନିମ୍ନ କ୍ଷତି ହୋଇଛି। ଭଦ୍ରକ ଜିଲ୍ଲାର ୭ ବ୍ଲକ୍‌ ଅନ୍ତର୍ଗତ ୯୩୧ ଗାଁ, ୪ ସହରର ୪୯ ଓ୍ବାର୍ଡର ୪୩ ହଜାର ୩୮୪.୭୨ ହେକ୍ଟର୍‌, କଟକ ଜିଲ୍ଲାର ୧୧ବ୍ଲକ୍‌ର ୧୨୯୮ ଗାଁ, ଗୋଟିଏ ସହରର ୩ ଓ୍ବାର୍ଡର ୪୩ ହଜାର ୫୧୫.୯୧ ହେକ୍ଟର୍‌, ଢେଙ୍କାନାଳ ଜିଲ୍ଲା ୩ ବ୍ଲକର ୭୩ ଗାଁର ୪୮୮.୫୦ ହେକ୍ଟର୍‌, ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଲକ୍‌ର ୨୩୮୨ ଗାଁ, ୧୪ଟି ସହରର ୫୪ ଓ୍ବାର୍ଡର ୬୯ ହଜାର ୪୨୭.୫୮ ହେକ୍ଟର୍‌, ଜଗତସିଂହପୁର ଜିଲ୍ଲାର ୮ଓ୍ବାର୍ଡର ୧୦୯୩ ଗାଁ, ଗୋଟିଏ ସହରାଞ୍ଚଳ ୨୦ ଓ୍ବାର୍ଡର ୩୧ ହଜାର ୯୧୩.୫୦ ହେକ୍ଟର, ଯାଜପୁର ଜିଲ୍ଲାର ୪ଟି ଓ୍ବାର୍ଡର ୪୪୨ ଗାଁର ୨୧ ହଜାର ୦୫୪.୮୨ ହେକ୍ଟର, କେନ୍ଦ୍ରାପଡ଼ାର ୯ ଜିଲ୍ଲାର ୧୧୧୩ ଗାଁ, ୨ଟି ସହରାଞ୍ଚଳର ୨୦ଟି ଓ୍ବାର୍ଡର ୫୧ ହଜାର ୬୬୪.୨୬ ହେକ୍ଟର, କେନ୍ଦୁଝର ଜିଲ୍ଲା ଗୋଟିଏ ଓ୍ବାର୍ଡର ୮ ଗାଁର ୧୪୦ ହେକ୍ଟର, ଖୋର୍ଧା ଜିଲ୍ଲା ୧୦ ବ୍ଲକର ୧୩୯୯ ଗାଁ, ୨ଟି ସହରର ୨୮ ଓ୍ବାର୍ଡ ଅନ୍ତର୍ଗତ ୫୩ ହଜାର ୯୨୫.୦୨ ହେକ୍ଟର, ମୟୂରଭଞ୍ଜ ଜିଲ୍ଲା ୧୦ ବ୍ଲକର ୧୨୩୩ ଗାଁର ୯୩୦୨.୮୬ ହେକ୍ଟର, ନୟାଗଡ଼ ଜିଲ୍ଲା ୫ ବ୍ଲକର ୮୮୦ ଗାଁ, ୨ଟି ସହରାଞ୍ଚଳର ୧୭ଟି ଓ୍ବାର୍ଡର ୨୮ ହଜାର ୩୯୯.୫୩ ହେକ୍ଟର, ପୁରୀ ଜିଲ୍ଲା ୧୦ଟି ବ୍ଲକ ଅନ୍ତର୍ଗତ ୧୧୧୮ ଗାଁ, ୨ଟି ସହରାଞ୍ଚଳର ୧୨ଟି ଓ୍ବାର୍ଡର ୪୧ ହଜାର ୬୯୯.୬୧ ହେକ୍ଟର କ୍ଷତି ହୋଇଛି।