ବନ୍ୟପ୍ରାଣୀ ଶିକାର କରି ଯବାନ ଗିରଫ

ସାଲେଭଟା : ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ୍‌ କରକଚିଆ ଜଙ୍ଗଲରେ ଶନିବାର ବନ୍ୟପ୍ରାଣୀ ଶିକାର କରିଥିବା ଅଭିଯୋଗରେ ସର୍ଜନ କରନ (୨୪ବର୍ଷ) ନାମକ ଜଣେ ଯୁବକ ଗିରଫ ହୋଇଛନ୍ତି। ସର୍ଜନଙ୍କ ଘର ବାଦୀପାଲିରେ ଏବଂ ସେ ଭାରତୀୟ ସେନାବାହିନୀରେ ଯବାନ ଭାବ‌େ କାମ କରୁଥିବା ଜଣାପଡ଼ିଛି। ତାଙ୍କଠାରୁ ଏକ ବନ୍ଧୁକ, ଅଫୁଟା ଛର୍‌ରା ଗୁଳି, ଗୋଟିଏ ମୃତ ଠେକୁଆ, ଦୁଇଟି ମୃତ ଜଙ୍ଗଲୀ ବଡ଼ ମୂଷା ଓ ଏକ ବାଇକ୍‌ ଜବତ କରାଯାଇଛି। ରବିବାର ସର୍ଜନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଲୋଇସିଂହା ଫରେଷ୍ଟର ସୂଚନା ଦେଇଛନ୍ତି। ଶନିବାର ଜଙ୍ଗଲ ଭିତରେ ବନ ବିଭାଗ ଚଢ଼ଉ କରିଥିବା ସମୟରେ ଅଭିଯୁକ୍ତ ସର୍ଜନଙ୍କୁ ଡିଫ୍ଓ ସମୀର ଶତପଥୀ ଗିରଫ କରିଥିଲେ।

ସମ୍ବନ୍ଧିତ ଖବର