ବାଇକରୁ ପୋଲ ତଳେ ପଡ଼ି ଆଇଆରବି ଯବାନଙ୍କ ମୃତ୍ୟୁ

ଜୁନାଗଡ଼: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ନାନ୍ଦୋଳ- କେନ୍ଦୁପାଟି ରାସ୍ତା ମଧ୍ୟରେ ଥିବା ଏକ ପୋଲରେ ତଳେ ପଡି ଜଣେ ଆଇଆରବି ଯବାନଙ୍କ ମୃତ୍ୟୁ ହେବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି ।
ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଜୁନାଗଡ଼ ବ୍ଲକ ଜାରିଙ୍ଗ ସ୍ଥିତ ନବମ ଆଇଆରବି ଯବାନ ବିଶ୍ୱଜିତ ମଙ୍ଗରାଜ ଗତକାଲି ରାତିରେ ନିଜ ଗାଁକୁ ଯାଉଥିଲେ । ଜୁନାଗଡ଼ ବ୍ଲକ ନାନ୍ଦୋଳ – କେନ୍ଦୁପାଟି ରାସ୍ତା ମଧ୍ୟରେ ଥିବା ଏକ ପୋଲ ତଳେ ଭାରସାମ୍ୟ ହରାଇ ପଡିଯାଇଥିଲେ । ରାତି ସମୟ ହୋଇଥିବା ଯୋଗୁଁ କେହି ଜାଣିବାକୁ ପାଇ ନ ଥିଲେ କି ଉଦ୍ଧାର ମଧ୍ୟ କରି ପାରି ନ ଥିଲେ । ପୋଲରେ ପାଣି ଥିବା ଯୋଗୁଁ ଘଟଣା ସ୍ଥଳରେ ବିଶ୍ୱଜିତଙ୍କ ମୃତ୍ୟୁ ଘଟିଛି ।
ଆଜି ସକାଳେ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ଦେଖି ଲୋକେ ପୁଲିସକୁ ଖବର ଦେଇଥିଲେ । ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଆଇଆରବି ଯବାନଙ୍କ ଶବ ଉଦ୍ଧାର କରାଯାଇନ ଥିଲା ।

ସମ୍ବନ୍ଧିତ ଖବର