ନିଜ ବନ୍ଧୁକରୁ ଗୁଳି ଫୁଟାଇଲେ ଯବାନ: ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି

ମାଲକାନଗିରି: ଛତିଶଗଡର ବିଜାପୁର ଜିଲ୍ଲା ଅନ୍ତର୍ଗତ ଭପାଲପାଟଣମ୍ ଥାନା ଅନ୍ତର୍ଗତ ରାମପୁରମ କ୍ୟାମ୍ପ ଠାରେ ଅପସ୍ଥାପିତ ସିଏଏଫ ଯବାନ ନିଜ ବନ୍ଧୁକରେ ଗୁଳି ଫୁଟାଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛନ୍ତି। ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

ଘଟଣା ଅନୁଯାୟୀ ଆଜି ସକାଳେ ସିଏଏଏଫ କ୍ୟାମ୍ପରେ ସମସ୍ତେ କାମରେ ବ୍ୟସ୍ତ ଥିବା ବେଳେ ହଠାତ୍ ଗୁଳିର ଶଦ୍ଦ ଶୁଭିଥିଲା। ତୁରନ୍ତ ଯବାନମାନେ କ୍ୟାମ୍ପର ଏକ କଠୋରୀରେ ଯାଇ ଦେଖିଲା ବେଳକୁ ଜଣେ ଯବାନ ରକ୍ତାକ୍ତ ହୋଇ ଛଟପଟ ହେଉଛନ୍ତି। ତୁରନ୍ତ ଆହତ ଯବାନ ମନୋଜ ଦିବାକରଙ୍କୁ ଜଗଦଲପୁର ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। ଯବାନଙ୍କ ଚିକିତ୍ସା ପରେ ସେ ଏବେ ବିପଦମୁକ୍ତ ଥିବା ଡାକ୍ତର କହିଛନ୍ତି। କିନ୍ତୁ ଡାକ୍ତଙ୍କ ନଜରରେ କିଛି ଦିନ ରହିବାକୁ କୁହାଯାଇଛି।

ତେବେ କେଉଁ ପରିସ୍ଥିତିରେ ଯବାନ ନିଜ ଉପରେ ଗୁଳି ଚଳାଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କଲେ ତାହା ଜଣାପଡିନଥିବା ବେଳେ ଏନେଇ ପୁଲିସ ତଦନ୍ତ କରୁଥିବା ଜଣାପଡିଛି। ଗତ କିଛି ବର୍ଷ ହେଲା ଯବାନ ଜଣକ ୧୫-ସିଏଏଫ କ୍ୟାମ୍ପରେ ସାମିଲ ଥିଲା। ନିଜ ଘର ବିଜାପୁର ଜିଲ୍ଲାର ଜାଞ୍ଜଗିର ଚମ୍ପା ଗ୍ରାମରେ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର