ମାମଲକାନଗିରି: ବୁଧବାର ସକାଳେ ମାଲକାନଗିରି ସୀମାନ୍ତବର୍ତ୍ତୀ ଛତିଶଗଡ଼ର ବିଜପୁର ଜିଲ୍ଲାରେ ଲ୍ୟାଣ୍ଡ୍ମାଇନ୍ ବିସ୍ଫୋରଣ ହେବାରୁ ଜଣେ ‘ଡିଆର୍ଜି’ ଯବାନ ସାଙ୍ଘାତିକ ଆହତ ହୋଇଛନ୍ତି।
ପ୍ରାପ୍ତ ସୂଚନା ଅନୁସାରେ, ବିଜପୁର ଜିଲ୍ଲାର ଗାଙ୍ଗଲୁର ଥାନା ଅନ୍ତର୍ଗତ ବୁରୁଜି ଏବଂ ପୁସନାର ମଧ୍ୟରେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି। ରାସ୍ତା ନିର୍ମାଣକାରୀମାନଙ୍କୁ ସୁରକ୍ଷା ଦେବା ନିମନ୍ତେ ସେଠାରେ ଡିଆର୍ଜି ଯବାନ ଏବଂ ସିଏଫ୍ ଯବାନମାନଙ୍କୁ ମୁତୟନ କରାଯାଇଛି।
ଆଜି ସକାଳ ପ୍ରାୟ ୯ଟା ବେଳେ ରାସ୍ତା ତିଆରି କାମ ଚାଲିଥିବା ବେଳେ ପୂର୍ବରୁ ରାସ୍ତା କଡ଼ରେ ନକ୍ସଲ୍ମାନେ ଖଞ୍ଜିଥିବା ଲ୍ୟାଣ୍ଡ୍ମାଇନ୍ଟି ବିସ୍ଫୋରିତ ହୋଇଥିଲା। ବିସ୍ଫୋରଣ ଫଳରେ ସୁରକ୍ଷା ପ୍ରଦାନକାରୀ ଯବାନଙ୍କ ମଧ୍ୟରୁ ଜଣେ ଭୀଷଣ ଆହତ ହୋଇଥିଲେ।
ଚିକିତ୍ସା ନିମନ୍ତେ ଉକ୍ତ ଯବାନଙ୍କୁ ଜିଲ୍ଲା ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
ଯବାନମାନେ ସେ ଅଞ୍ଚଳକୁ ବେଢ଼ି ଜୋରଦାର୍ ତଲାସ ଚଳାଇଥିବା କଥା ଏସ୍ପି କମଳଲୋଚନ କଶ୍ୟପ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/landmine.jpg)