ବିସ୍ଫୋରଣରେ ଯବାନ ଆହତ

ମାଲକାନଗିରି: ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ଲ୍ୟାଣ୍ଡ ମାଇନ ବିସ୍ଫୋରଣ ହୋଇ ଜଣେ ସିଆରପିଏଫ ଯବାନ ଆହତ ହୋଇଛନ୍ତି। ବିଜାପୁର-ଭୋପାଲପାଟଣମ୍‌ ମଧ୍ୟରେ ଚିନ୍ନାକୋଡେପାଲ ନିକଟରେ ସିଆରପିଏଫ ଯବାନ କୁମ୍ବିଂ କରୁଥିବା ବେଳେ ଏହି ବିସ୍ଫୋରଣ ହୋଇଥିଲା। ଆହତ ଯବାନ ଲକ୍ଷ୍ମଣ ରାଓଙ୍କ ଗୋଡରେ ଗଭୀର ଆଘାତ ଲାଗିଛି। ଘଟଣା ସ୍ଥଳରୁ ଉଦ୍ଧାର ପରେ ବିଜାପୁର ମେଡିକାଲକୁ ନିଆଯାଇଥିଲା। ପ୍ରକାଶ ଥାଉକି ୨୦୧୦ମସିହାରେ ନକ୍ସଲ ଏହି ସ୍ଥାନରେ ହିଁ ଗୋଟିଏ ଆଣ୍ଟି ଲ୍ୟାଣ୍ଡମାଇନ ଗାଡିକୁ ବିସ୍ଫୋରଣ କରି ଉଡାଇ ଦେଇଥିଲେ। ସେହି ବିସ୍ଫୋରଣରେ ୮ଜଣ ଯବାନ ସହିଦ ହୋଇଥିଲେ।

ସମ୍ବନ୍ଧିତ ଖବର