ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର କାଂକେର ଜିଲ୍ଲାରେ ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି। ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ଯବାନ ଗୁରତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ଜଣେ ଯବାନ ରୋଗାଗ୍ରସ୍ତ ହୋଇଥିବାରୁ ତାକୁ ତୁରନ୍ତ ମେଡିକାଲ ନେବାକୁ ବିଏସଏଫ ଯବାନମାନେ ରାସ୍ତାରେ ସର୍ଚ୍ଚ ଅପରେସନ କରୁଥିଲେ। ଯବାନଙ୍କୁ ଗାଡିରେ ନେବା ପାଇଁ ଯୋଜନା କରାଯାଇଥିଲା। ତେବେ କୋୟଲାବାଡି ଥାନା ଅନ୍ତର୍ଗତ ମରକନାର ଜଂଗଲ ନିକଟରେ ଯବାନ ସର୍ଚ୍ଚ ଅପରେସନ କରୁଥିବା ବେଳେ ହଠାତ୍ ନକ୍ସଲ ଖଞ୍ଜିଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା, ଯାହାଫଳରେ ଜଣେ ଯବାନ ଗୁରୁତର ଆହତ ହୋଇଥିଲେ। ତୁରନ୍ତ ଯବାନ ସେହି ଅଂଚଳକୁ ଘେରିବା ସହ ଆହତ ଯବାନଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରିଥିଲେ।ପୁଲିସ ଘଟଣାର ଅଧିକା ତଦନ୍ତ କରୁଥିବା କହିଛି।
ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଯବାନ ଆହତ
/sambad/media/post_attachments/wp-content/uploads/2022/10/mkg-jawan-injured.jpg)
/sambad/media/agency_attachments/2024-07-24t043029592z-sambad-original.webp)