ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ : କୋବ୍ରା ଯବାନ ସହିଦ

ମାଲକାନଗିରି : ଛତିଶଗଡ଼ର ସୁକ୍‌ମା ଜିଲ୍ଲା ଅନ୍ତର୍ଗତ ଜାଗରମୁଣ୍ଡାଠାରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ଘଟି ଜଣେ ଯବାନ ସହିଦ ହୋଇଛନ୍ତି। ଯେଉଁ ସ୍ଥାନରେ ଏହି ବିସ୍ଫୋରଣ ଘଟିଛି, ତାହା ମାଲକାନଗିରି ସୀମାଠାରୁ ୨୦ କିଲୋମିଟର ଦୂର। ସୂଚନା ଅନୁସାରେ, ଏହି ସ୍ଥାନରେ ଏକ ନୂତନ ରାସ୍ତା ନିର୍ମାଣ କରାଯାଉଛି, ଯାହାର ସୁରକ୍ଷା କାର୍ଯ୍ୟରେ ନିୟୋଜିତ ଅଛନ୍ତି ସିଆର୍‌ଏସ୍‌ଏଫ୍‌ କୋବ୍ରା ବାଟାଲିୟନ୍‌। ଆଜି ବାଟାଲିୟନ୍‌ର ଯବାନ୍‌ମାନେ ମୋଟର୍‌ସାଇକଲ୍‌ ଯୋଗେ କ୍ୟାମ୍ପକୁ ଫେରୁଥିବା ସମୟରେ କାଂକେରଲେଙ୍କା ନିକଟରେ ନକ୍ସଲ ଖଞ୍ଜିଥିବା ଲ୍ୟାଣ୍ଡ୍‌ମାଇନ୍‌ ବିସ୍ଫୋରଣ ହୋଇଥିଲା। ଯାହାଫଳରେ ଇନ୍‌ସପେକ୍ଟର ରାଜେଶ କୁମାର ଓ ଅନ୍ୟ ଜଣେ ଯବାନ ଯାଉଥିବା ବାଇକ୍‌ ଉଡ଼ିଯାଇଥିଲା। ଦୁହିଁଙ୍କୁ ଗୁରୁତର ଅବସ୍ଥାରେ ହେଲିକପ୍ଟର ଯୋଗେ ଜଗଦଲପୁର ନେବା ପୂର୍ବରୁ ରାଜେଶ ସହିଦ ହୋଇଯାଇଥିଲେ। ଅନ୍ୟ ଜଣେ ଯବାନ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର