ଯବାନ-ମାଓବାଦୀ ଗୁଳି ବିନିମୟ: ଦୁଇ ମହିଳା କ୍ୟାଡରଙ୍କ ସମେତ ୩ ମାଓବାଦୀ ନିହତ

ମାଲକାନଗିରି: ଛତିଶଗଡ଼ ସୀମାନ୍ତବର୍ତ୍ତୀ ମାଲକାନଗିରି ଜିଲ୍ଲାର ମାଥିଲି ଥାନା ଅନ୍ତର୍ଗତ ତୁଳସୀ ରିଜର୍ଭ ଫରେଷ୍ଟରେ ଯବାନ-ମାଓବାଦୀଙ୍କ ଭିତରେ ଆଜି ସକାଳେ ଗୁଳି ବିନିମୟ ହୋଇଛି। ଏଥିରେ ୩ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ପୁଲିସ୍ ମହାନିର୍ଦ୍ଦେଶକ ଅଭୟ ଏହି ସୂଚନା ଦେଇଛନ୍ତି।

ଗୁଇନ୍ଦା ବିଭାଗର ସୂଚନା ଅନୁଯାୟୀ, ମାଲକାନଗିରି ତୁଳସୀ ରିଜର୍ଭ ଫରେଷ୍ଟରେ ଡିଭିଏଫ ଓ ଏସଓଜି କ୍ୟାମ୍ପ ଉପରେ ହଠାତ୍ ମାଓବାଦୀମାନେ ଗୁଳିବର୍ଷଣ କରିଥିଲେ। କିନ୍ତୁ କାଉଣ୍ଟର ଫାୟରିଂରେ ୩ ଜଣ ମାଓବାଦୀ ମୃତ୍ୟୁବରଣ କରିଛନ୍ତି। ଘଟଣାସ୍ଥଳରୁ ଦୁଇ ଜଣ ମହିଳା ଓ ଜଣେ ପୁରୁଷଙ୍କ ମୃତଦେହ ମିଳିଛି। କୌଣସି ପୁଲିସ ଅଧିକାରୀଙ୍କ କିଛି କ୍ଷତି ହୋଇନାହିଁ। ଏବେ ବି କମ୍ବିଂ ଅପରେସନ ଜାରି ରହିଛି। ମାଓବାଦୀଙ୍କ ଠାରୁ ୨ଟି ବନ୍ଧୁକ, ଗୋଟିଏ ଏସଏଲଆର ଓ ଇନସାସ ଜବତ କରାଯାଇଛି।

ସମ୍ବନ୍ଧିତ ଖବର