ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଆଇଇଡି ବିସ୍ଫୋରଣରେ ଜଣେ ସିଏଏଫ୍ ଯବାନ ସହିଦ ହୋଇଛନ୍ତି। ସହିଦ ଯବାନ ହେଲେ ବିଜୟ ଯାଦବ। ସେ ସିଏଏଫ୍ (ଛତିଶଗଡ ସଶସ୍ତ୍ର ବାହିନୀ)ର ଏପିସି (ସହାୟକ ପ୍ଲାଟୁନ କମାଣ୍ଡର) ଭାବେ ମୁତୟନ ଥିଲେ। ଏହି ବିସ୍ପୋରଣରେ ବିଜୟ ଯାଦବ ସହିଦ ହୋଇଥିବା ବେଳେ ଅନ୍ୟ ଯବାନମାନେ ସୁରକ୍ଷିତ ଥିବା ଜଣାପଡିଛି। ଘଟଣା ଘଟିବା ପରେ ସର୍ଚ୍ଚ ଅପରେସନକୁ କଡାକଡି କରାଯାଇଛି।
ସୂଚନା ଅନୁଯାୟୀ, ବିଜାପୁର ଜିଲ୍ଲାର ଏଟେପାଲ ଛତିଶଗଡ ସଶସ୍ତ୍ର ବାହିନୀ କ୍ୟାମ୍ପ ଓ ତିମେନାର ସିଏଏଫ୍ କ୍ୟାମ୍ପ ମଧ୍ୟରେ ରାସ୍ତାର ନିର୍ମାଣ ଚାଲିଛି, ଏହି କାରଣରୁ ସେଠାରେ ସୁରକ୍ଷା ଯୋଗାଇବା ପାଇଁ ସୋମବାର ସକାଳ ପ୍ରାୟ ୭ଟା ୪୦ ମିନିଟ ସମୟରେ ତିମେନାର କ୍ୟାମ୍ପରୁ ଏକ ଯବାନ ଦଳ ଯାଇଥିଲେ। ପୂର୍ବରୁ ସେହି ଅଞ୍ଚଳରେ ମାଓବାଦୀମାନେ ଆଇଇଡି ବୋମା ଖଞ୍ଜି ଯାଇଥିଲେ। ଯବାନମାନେ ଏଟେପାଲ ସିଏଏଫ୍ କ୍ୟାମ୍ପ ଠାରୁ ଏକ କିଲୋମିଟର ଦୂରରେ ପହଞ୍ଚିବା ବେଳେ ଆଇଇଡି ବୋମା ବିସ୍ପୋରଣ ହୋଇଥିଲା ଯେଉଁଥିରେ ୧୯ ବି ବାହିନୀର ଡି କମ୍ପାନି ତିମେନାରର ସହାୟକ ପ୍ଲାଟୁନ କମାଣ୍ଡର ବିଜୟ ଯାଦବ ସହିଦ ହେଇଯାଇଥିଲେ। ଘଟଣା ସ୍ଥଳରେ ହିଁ ତାଙ୍କର ଦେହାନ୍ତ ହୋଇଥିବା ବେଳେ ନିକଟରେ ଥିବା ଯବାନମାନେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ। ସେହି ଅଞ୍ଚଳରେ ସର୍ଚ୍ଚ ଅପେରସନକୁ କଡାକଡି କରାଯାଇଥିଲା।
/sambad/media/post_attachments/wp-content/uploads/2023/03/MKG-Sahid-apc-3.jpeg)
ଏହାପରେ ବିଜୟ ଯାଦବଙ୍କ ପାର୍ଥୀବ ଶରୀରକୁ ଭୈରମଗଡ ଥାନାକୁ ନିଆଯାଇଥିଲା। ସେଠାରେ ତାଙ୍କର ପାର୍ଥୀବ ଶରୀରକୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ସେଠାରୁ ଉତ୍ତରପ୍ରଦେଶରେ ଥିବାର ତାଙ୍କର ପୈତୃକ ଗ୍ରାମକୁ ପାର୍ଥୀବ ଶରୀରକୁ ପଠାଯିବ ବୋଲି ଜଣାପଡିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/800980e7-0c19-4e44-ba56-af2941a39338.jpg)