ମାଲକାନଗିରି: ଅଳ୍ପକେ ବର୍ତ୍ତିଲେ ସୁରକ୍ଷାକର୍ମୀ। ମାଓ ଗଡ଼ କୁହାଯାଉଥିବା ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ମୀନପା ଜଙ୍ଗଲରେ ପୁଲିସକୁ ଟାର୍ଗେଟ କରି ୧୦କିଲୋରୁ ଅଧିକା ଓଜନର ଲ୍ୟାଣ୍ଡମାଇନ ଖଞ୍ଜି ଥିଲେ ମାଓବାଦୀ। ୨୦୬ବାଟାଲିୟନର ସିଆରପିଏଫ୍ କୋବ୍ରା ଯବାନ ଅପରେସନ ବେଳେ ମେଟାଲ ଡିଟେକ୍ଟର ସାହାଯ୍ୟରେ ଲ୍ୟାଣ୍ଡମାଇନର ସନ୍ଧାନ ପାଇ ଉଦ୍ଧାର କରିବା ସହ ତାକୁ ବିସ୍ପୋରଣ କରି ନଷ୍ଟ କରାଯାଇଛି।
/sambad/media/post_attachments/wp-content/uploads/2021/05/m.jpg)
ଏହି ଲ୍ୟାଣ୍ଡମାଇନ ଵିସ୍ପୋରଣ ଏତେ ଭୟଙ୍କର ରହିଥିଲା ଯେ ଯବାନଙ୍କୁ ଅନେକ କ୍ଷତି ପହଞ୍ଚାଇଥାନ୍ତା। ଯବାନ ମାଓ ଦମନ ଅପରେସନକୁ ଯିବା ବେଳେ ଏହି ଜଙ୍ଗଲ ମଧ୍ୟରେ ଟାର୍ଗେଟ କରିବା ପାଇଁ ଯୋଜନା କରିଥିଲେ ମାଓବାଦୀ। ଏହି ଯୋଜନାକୁ ସୁରକ୍ଷା ଯବାନ ପଣ୍ଡ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/Landmines-Blasts-By-Naxal_Thumbnail.jpg)