ସମ୍ବଲପୁର : ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଆଜି ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ବହୁ ଆଗରୁ ନିଜ ସାଙ୍ଗସାଥୀମାନଙ୍କ ସହ ଆଲୋଚନା ସମୟରେ ଏହି ହତ୍ୟା ମାମଲାରେ ସଂପୃକ୍ତ ପୁଲିସ ଅଧିକାରୀକୁ ଜଣେ ପାଗଳ ଆଖ୍ୟା ଦିଆଯିବ ବୋଲି ସେ କହିସାରିଥିଲେ। ସେଇୟା ହିଁ ହେଲା। ସରକାର ମାମଲାକୁ ଚତୁରତାର ସହ ଏଡ଼ାଇବା ପାଇଁ ଚେଷ୍ଟା କରୁଛନ୍ତି। ହତ୍ୟା ଅଭିଯୁକ୍ତ ପୁଲିସ ଅଧିକାରୀକୁ ପାଗଳର ଆଖ୍ୟା ଦିଆଯାଉଛି। ଯଦି ସେ ମାନସିକ ରୋଗୀ ଥିଲେ ତାଙ୍କୁ କାହିଁକି ପୁଲିସ ଚାକିରିରେ ରଖିଥିଲେ? ତାଙ୍କୁ କାହିଁକି ରିଭଲ୍ଭର ଯୋଗାଇ ଦିଆଯାଇଥିଲା? ପୁଣି ଯାହା ଜଣାପଡ଼ିଛି, ସଂପୃକ୍ତ ଅଧିକାରୀଙ୍କୁ ଗୋଟିଏ ଦିନ ପୂର୍ବରୁ ହିଁ ରିଭଲ୍ଭର ଯୋଗାଇ ଦିଆଯାଇଥିଲା। ଏସବୁ ବଡ଼ ସନ୍ଦେହ ସୃଷ୍ଟି କରୁଛି। ନିଶ୍ଚିତ ଭାବେ ଏହା ପଛରେ କିଛି ବଡ଼ ଷଡ଼ଯନ୍ତ୍ର ରହିଛି। ସିବିଆଇ ତଦନ୍ତ ହେଲେ ସବୁ କଥା ସାମ୍ନାକୁ ଆସିବ ବୋଲି ଶ୍ରୀ ମିଶ୍ର କହିଛନ୍ତି।
ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବି କଲେ ଜୟ ନାରାୟଣ
/sambad/media/post_attachments/wp-content/uploads/2022/07/jayanarayan.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)