ଆସନ୍ତାକାଲି ଢେଙ୍କାନାଳରେ ବିଶାଳ ‘ଜୟ କିଶାନ ସମାବେଶ’, ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆୟୋଜନ

ଭୁବନେଶ୍ୱର: ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ୍‌ ଦାବିରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ସୋମବାର ବିଶାଳ ‘ଜୟ କିଶାନ ସମାବେଶ’ର ଆୟୋଜନ ହେବ। ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ରବିବାର ଏହି ସୂଚନା ଦେଇଛନ୍ତି। ଏଥିରେ ୨୦ ହଜାରରୁ ଅଧିକ ଚାଷୀ ଏକାତ୍ରିତ ହେବେ। ସମାବେଶ ପୂର୍ବରୁ ହାଟପଡ଼ିଆ ଠାରୁ ଷ୍ଟାଡିୟମ ଯାଏଁ ଏକ ବିଶାଳ କୃଷକ ଶୋଭାଯାତ୍ରାର ଆୟୋଜନ ହେଉଛି। ଜଗତସିଂହପୁରରୁ ଆରମ୍ଭ ହୋଇଥିବା ଏହି ସାମାବେଶ ପୂର୍ବରୁ ଯାଜପୁରରେ ମଧ୍ୟ ଆୟୋଜନ ହୋଇଛି।

ଯାଜପୁରରେ ଅନୁଷ୍ଠିତ ବିଶାଳ ଜୟ କିଷାନ ସମାବେଶରେ ସଂଗଠନର ମୁଖ୍ୟ ଉପଦେଷ୍ଟା ସୌମ୍ୟରଂଜନ ପଟ୍ଟନାୟକ କହିଥିଲେ, ଚାଷୀ ସମସ୍ୟାର ସମାଧାନ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆଗେଇ ନ ଆସିଲେ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ ହେବ। ଏହି ସମାବେଶରେ ହଜାର ହଜାର ଚାଷୀ ଏକାଠି ହୋଇ ସରକାରଙ୍କ ପ୍ରତି କ୍ଷୋଭ ପ୍ରକାଶ କରିଥିଲେ। ଚାଷୀଙ୍କୁ ହକ ନଦେଲେ ଆନ୍ଦୋଳନ ତୀବ୍ର ହେବ ବୋଲି ସରକାରଙ୍କୁ ଚେତାଇ ଦେଇଥିଲେ।

ସମ୍ବନ୍ଧିତ ଖବର