ଚନ୍ଦ୍ରଶେଖରପୁର: ଜୟଦେବବିହାର-ନନ୍ଦନକାନନ ବାମପାର୍ଶ୍ବ ସମାନ୍ତରାଳ ରାସ୍ତା(ଏକାମ୍ରକାନନରୁ ଆଇଏମ୍ଏ) ଆଗେଇପାରୁ ନାହିଁ। ଗୋଟିଏ ପରେ ଗୋଟିଏ ବିବାଦ ମୁଣ୍ଡ ଟେକୁଛି। ସାଲିଆସାହି ଭିତରେ ୮୦୦ ମିଟର ରାସ୍ତା ନିର୍ମାଣ କରିବାକୁ ପ୍ରଶାସନ ପାଣି ପିଇଲାଣି। ସେପଟେ ଚୁନୁକୋଳି ଗାଁରେ ପ୍ରଶାସନକୁ ବାରମ୍ବାର ବିରୋଧର ସାମ୍ନା କରିବାକୁ ପଡ଼ିଛି। ରାଜସ୍ୱ, ପୂର୍ତ୍ତ, ବିଡିଏ ଓ ପୁଲିସ ଅଧିକାରୀମାନେ ଗତ ୫ ତାରିଖରେ ଏଠାରେ ଯିବାକୁ ଥିବା ରାସ୍ତା ସର୍ଭେ କରିବା ସହ ୯୬ ଘର ଉଚ୍ଛେଦ କରିବାକୁ ନିଷ୍ପତ୍ତି ନେଇଛି। ଏସମ୍ପର୍କରେ ଭୁବନେଶ୍ବର ତହସିଲଦାରଙ୍କ କାର୍ଯ୍ୟାଳୟ ପକ୍ଷରୁ ସର୍ବସାଧାରଣ ବିଜ୍ଞପ୍ତି ଜାରି ହୋଇଛି। ଯେଉଁଥିରେ କୁହାଯାଇଛି ଯେ ପଥରଗାଡ଼ିଆ ମୌଜା ଜଗନ୍ନାଥପ୍ରସାଦ ଅନ୍ତର୍ଗତ ସୁନ୍ଦରପୁରରେ ଥିବା ଚୁନୁକୋଳିରେ ସର୍ଭେ ସମୟରେ ୯୬ ଘର ଭାଙ୍ଗିବାକୁ ଚିହ୍ନଟ ହୋଇଛି। ଯେଉଁମାନେ ଚିହ୍ନଟ ହୋଇଛନ୍ତି ସେମାନେ ଆସନ୍ତା ୧୪ ତାରିଖ ସୁଦ୍ଧା ଆବଶ୍ୟକୀୟ କାଗଜପତ୍ର ସହ ନିଜର ଆପତ୍ତି ଓ ଅଭିଯୋଗ କରିପାରିବେ। ବିଦ୍ୟୁତ୍ ବିଲ୍, ଆଧାର କାର୍ଡ, ବାର୍ଷିକ ଆୟ ପ୍ରମାଣପତ୍ର ଓ ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ମାଧ୍ୟମରେ ହିଁ ଅଭିଯୋଗ କରିପାରିବେ। ଓଡ଼ିଶା କିମ୍ବା ଭାରତର କୌଣସି ସ୍ଥାନରେ ପକ୍କା ଘର ନଥିବା ସମ୍ପର୍କରେ ସତ୍ୟପାଠ/ତାଲିକାଭୁକ୍ତ ବ୍ୟକ୍ତି କିମ୍ବା ତାଙ୍କ ପରିବାରର କୌଣସି ବ୍ୟକ୍ତି ସରକାରୀ ଚାକିରିରେ ନ ଥିବା ଏବଂ ପେନ୍ସନ ଭୋଗୀ ହୋଇ ନଥିବା ସମ୍ପର୍କରେ ସତ୍ୟପାଠ ପ୍ରଦାନ କରିବାକୁ କୁହାଯାଇଛି।
କେଉଁ ଅଞ୍ଚଳ ଦେଇ ରାସ୍ତା ଯିବ ତାହାର ସର୍ଭେ ଶେଷ ହୋଇଛି। ପ୍ରଭାବିତ ହେଉଥିବା ଲୋକଙ୍କୁ କ୍ଷତିପୂରଣ ଦେବାକୁ ପ୍ରଶାସନ ଯୋଜନା କରୁଥିବା ବେଳେ ଗତକାଲି ପୁଣିଥରେ ବିବାଦ ମୁଣ୍ଡଟେକିଛି। ପୂର୍ତ୍ତ ବିଭାଗର ଜଣେ ଅଧିକାରୀଙ୍କ ନେତୃତ୍ବରେ ଠିକାସଂସ୍ଥାର କେତେଜଣ କର୍ମଚାରୀ ଗାଁ ଭିତରେ ପ୍ରବେଶ କରି ମାପଚୁପ କରୁଥିଲେ। ଏସମ୍ପର୍କରେ ଜାଣିବା ପରେ ଗ୍ରାମବାସୀ ଏକାଠି ହୋଇ ସେମାନଙ୍କୁ ବିରୋଧ କରିଥିଲେ। ପ୍ରଥମ ନକ୍ସା ଅନୁଯାୟୀ ଇନ୍ଫୋସିଟି ପଛ ପାର୍ଶ୍ବ ଓ ଚୁନୁକୋଳି ଗାଁ ମଧ୍ୟରେ ଏହି ରାସ୍ତା ନିର୍ମାଣ କରାଯାଉଥିବା ବେଳେ ପୂର୍ତ୍ତ ବିଭାଗର ଜଣେ ଅଧିକାରୀ ନକ୍ସା ବଦଳାଇବାକୁ ଉଦ୍ୟମ କରୁଥିବା ଗାଁ ଲୋକେ ଅଭିଯୋଗ କରିଥିଲେ। ତେଣୁ ୬ଜଣ କର୍ମଚାରୀଙ୍କୁ ପାଖାପାଖି ତିନିଘଣ୍ଟା ଧରି ଅଟକ ରଖି ପଚରାଉଚରା କରିଥିଲେ। ଗ୍ରାମବାସୀମାନେ ସମ୍ପୃକ୍ତ କର୍ମଚାରୀଙ୍କ ପରିଚୟପତ୍ର, ସରକାରୀ ନୋଟିସ୍ ମାଗିଥିଲେ ମଧ୍ୟ ସେମାନେ ଦେଖାଇପାରି ନଥିଲେ। ଏହି ସମୟରେ ଗ୍ରାମବାସୀ ଓ କର୍ମଚାରୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଇନ୍ଫୋସିଟି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଗ୍ରାମବାସୀଙ୍କୁ ବୁଝାସୁଝା କରି କର୍ମଚାରୀମାନଙ୍କୁ ମୁକୁଳାଇଥିଲେ।
ଜୟଦେବବିହାର-ନନ୍ଦନକାନନ ବାମପାର୍ଶ୍ବ ସମାନ୍ତରାଳ ରାସ୍ତା: ଚୁନୁକୋଳିରୁ ହଟିବେ ୯୬ ପରିବାର
ଜୟଦେବବିହାର-ନନ୍ଦନକାନନ ବାମପାର୍ଶ୍ବ ସମାନ୍ତରାଳ ରାସ୍ତା(ଏକାମ୍ରକାନନରୁ ଆଇଏମ୍ଏ) ଆଗେଇପାରୁ ନାହିଁ। ଗୋଟିଏ ପରେ ଗୋଟିଏ ବିବାଦ ମୁଣ୍ଡ ଟେକୁଛି। ସାଲିଆସାହି ଭିତରେ ୮୦୦ ମିଟର ରାସ୍ତା ନିର୍ମାଣ କରିବାକୁ ପ୍ରଶାସନ ପାଣି ପିଇଲାଣି।
/sambad/media/media_files/2025/08/11/untitled-26-2025-08-11-07-32-56.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)