ମୁଖ୍ୟମନ୍ତ୍ରୀଙ୍କ ବିବୃତିକୁ ସମାଲୋଚନା କଲେ ଜୟନାରାୟଣ, ନରସିଂହ

ଭୁବନେଶ୍ବର: ଶୂନ୍ୟକାଳରେ ଗତକାଲି ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତିକୁ ସମାଲୋଚନା କରିଛନ୍ତି  ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । ସେ କହିଛନ୍ତି, ଓଡିଶାକୁ ପୁଞ୍ଜି ନିବେଶ ଆସିଥିବା ନେଇ ଆଇନଶୃଙ୍ଖଳା ଠିକ ଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ କ’ଣ ରାଜ୍ୟ ସରକାରଙ୍କ ଶେତ୍ୱପତ୍ରରେ ଥିବ‌ା ତଥ୍ୟରେ ଭୁଲ ରହିଛି କି? ଶେତ୍ୱପତ୍ରରେ ଯାହା ତଥ୍ୟ ରାଜ୍ୟ ସରକାର ଦେଇଛନ୍ତି ତାହା କ’ଣ ଆଇନଶୃଙ୍ଖଳା ପରିସ୍ଥିତିକୁ ଦର୍ଶାଉ ନାହିଁ କି? ଶେତ୍ୱପତ୍ରର ତଥ୍ୟକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ନିଷାଣ କରିଛନ୍ତି ଜୟନାରାୟଣ । ଗୃହ ବାହାରେ ମୁଖ୍ୟମନ୍ତ୍ରୀ ଯାହା କହିଛନ୍ତି ସବୁ ମିଛ । ପୁଲିସକୁ ରାଜନୈତିକ କ୍ଷେତ୍ରରେ ବ୍ୟବହାର କରୁଛି କିଏ  ବୋଲି ସେ ପ୍ରଶ୍ନ କରିଛନ୍ତି।

ସେପଟେ ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ମୁଖ୍ୟମନ୍ତ୍ରୀ ଗତକାଲି କହିଲେ ଗୋପାଳକୁ ବିରୋଧୀ ପାଗଳ ଦର୍ଶାଉଛନ୍ତି । ୨୦ ଫେବୃଆରୀରେ କ୍ରାଇମବ୍ରାଞ୍ଚ ଯେଉଁ ପ୍ରେସ ରିଲିଜ ଦେଇଥିଲା ସେଥିରେ ଦର୍ଶାଇଥିଲା କି ଗୋପାଳର ମାନସିକରୋଗ ଲଙ୍ଗ୍ ହିଷ୍ଟ୍ରି ରହିଛି । ତାଙ୍କ ସ୍ତ୍ରୀ କହିଲେ ସ୍ବାମୀ ପାଗଳ, ଡାକ୍ତର କହିଲେ ପାଗଳ ଏବଂ ଏପରିକି କ୍ରାଇମବ୍ରାଞ୍ଚ ବି ପାଗଳ କହିଲା । ତେବେ ମୁଖ୍ୟମନ୍ତ୍ରୀ କାହିଁକି ଏପରି ବିବୃତି ଦେଲେ । ମୁଖ୍ୟମନ୍ତ୍ରୀଙ୍କ ଏପରି ବିବୃତି ତଦନ୍ତକୁ ବାଟବଣା କରିବ।

ସମ୍ବନ୍ଧିତ ଖବର