ସମ୍ବଲପୁର : ବରିଷ୍ଠ ବିଜେପି ନେତା ଜୟ ନାରାୟଣ ମିଶ୍ର ଗତ ୪ ଦିନ ହେଲା ନୂଆଦିଲ୍ଲୀସ୍ଥିତ ଏମ୍ସରେ ଭର୍ତ୍ତି ହୋଇଛନ୍ତି। କିଡ୍ନି ଜନିତ ସମସ୍ୟାରେ ପୀଡ଼ିତ ଥିବା ଜୟ ନାରାୟଣଙ୍କ କ୍ରିଏଟିନାଇନ୍ ସ୍ତର ବୃଦ୍ଧି ପାଇବାରୁ ସେ ଅସୁସ୍ଥ ଅନୁଭବ କରିଥିଲେ। ବର୍ତ୍ତମାନ ଏମ୍ସରେ ଚିକିତ୍ସା ପରେ ସୁସ୍ଥ ହେଉଥିବା ଜୟ ନାରାୟଣ ‘ସମ୍ବାଦ’କୁ କହିଛନ୍ତି।