ଭୁବନେଶ୍ୱର : ବିରୋଧୀ ଦଳ ନେତା ଭାବେ ଜୟନାରାୟଣ ମିଶ୍ର ବିଧିବଦ୍ଧ ଭାବେ ଦାୟିତ୍ୱ ନେଇଛନ୍ତି। ଗୃହ ଭିତରେ ବ୍ଲକ୍-ଜିର ୪ ନମ୍ବର ଆସନ ତାଙ୍କୁ ଦିଆଯାଇଛି। ଆଜି ଅପରାହ୍ନରେ ବାଚସ୍ପତି ବିରୋଧୀ ଦଳ ନେତାଙ୍କ ନାମ ଘୋଷଣା କଲା ପରେ ଶ୍ରୀ ମିଶ୍ରଙ୍କୁ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ପାଛୋଟି ନେଇ ତାଙ୍କ ଆସନରେ ବସାଇଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ବିଧାୟକ ସୁରେଶ କୁମାର ରାଉତରାୟ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି ଅବସରରେ ଶ୍ରୀ ମିଶ୍ର କହିଥିଲେ, ଏହା ଏକ ଗୁରୁ ଦାୟିତ୍ବ। ଗୃହର ଐତିହ୍ୟ, ପରମ୍ପରା ଓ ସମ୍ମାନକୁ ଅଗ୍ରାଧିକାର ଦେବି। ବିରୋଧୀ ଶବ୍ଦର ଅର୍ଥ ହେଉଛି ପ୍ରତିପକ୍ଷ। ଜନତାଙ୍କ ହିତ ଦୃଷ୍ଟିରେ ବିରୋଧୀ ଦଳ କାର୍ଯ୍ୟ କରିବ। ଗଣତନ୍ତ୍ରରେ ସମସ୍ତଙ୍କ ସମାନ ଅଧିକାର ଅଛି। ଏହା ହିଁ ଆମର ମୂଳମନ୍ତ୍ର ହେବା ଉଚିତ।
ବିରୋଧୀ ଦଳ ନେତା ଭାବେ ଦାୟିତ୍ବ ନେଲେ ଜୟନାରାୟଣ ମିଶ୍ର
/sambad/media/post_attachments/wp-content/uploads/2022/07/jayanarayan.jpg)