ଭୁବନେଶ୍ବର : ରାଜ୍ୟ ବିେଜପି ଭିତର ଅନ୍ତର୍ଦ୍ବନ୍ଦ୍ବ ଭୟଙ୍କର ରୂପ େନଇ ପଦାକୁ ଆସିଲାଣି। ବିେରାଧୀ ଦଳ େନତା ପଦରୁ ବାଦ୍ ପଡ଼ିବା ପରେ ଏତେଦିନ ହେଲା ଚୁପ୍ ଥିବା ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଆଜି ବୁଲେଇ ବଙ୍କେଇ ଗଣମାଧ୍ୟମ ସାମ୍ନାରେ ବିଷ ଓଗାଳିଛନ୍ତି। ବିେରାଧୀ ଦଳ ନେତା ଚୟନ ପ୍ରସଙ୍ଗରେ ତାଙ୍କ ବିେରାଧରେ େଯ ଷଡଯନ୍ତ୍ର େହାଇଛି, ଏକଥା ସେ ସଙ୍କେତ ଦେବାକୁ ଭୁଲିନାହାନ୍ତି। ତେବେ କିଏ ତାଙ୍କ ବିେରାଧରେ ଷଡଯନ୍ତ୍ର କରିଛନ୍ତି, ସେ କଥା େଖାଲି କହିନାହାନ୍ତି। ଅନ୍ୟପଟରେ ରାଜ୍ୟସଭା ଘଟଣାରେ ବିଜେପି ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବଙ୍କୁ କେଉଁ ସ୍ବାର୍ଥରେ ବିଜେଡି ସମର୍ଥନ କଲା, ତାହା ସାମ୍ନାକୁ ଆସିବା ଦରକାର େବାଲି ପରୋକ୍ଷରେ ସୂଚାଇଛନ୍ତି। ଜୟନାରାୟଣଙ୍କ ଏଭଳି ମନ୍ତବ୍ୟ ଆଜି ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଛି। ବିେଜଡି ଜୟନାରାୟଣଙ୍କ ଠାରର କି ପ୍ରତିଜବାବ ଦେଉଛି, ତାହା ଦେଖିବାକୁ ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ଅପେକ୍ଷା କରୁଛନ୍ତି।
ବିେରାଧୀ ଦଳ ନେତା ଭାବେ ପ୍ରଦୀପ୍ତ ନାୟକ ମନୋନୀତ ହେଲା ପରେ ବିଜେପି ଭିତରେ ଅସନ୍ତୋଷ କୁହୁଳୁଥିଲା। ଏ ସଂପର୍କରେ େଘାଷଣା ହେଲା ଦିନ ଜୟନାରାୟଣ ମିଶ୍ର ଦଳର ନିଷ୍ପତ୍ତିକୁ ସ୍ୱାଗତ କରିଥିଲେ। ହେଲେ ପ୍ରଦୀପ୍ତଙ୍କ ବାବଦରେ ପଦୁଟିଏ ବି କହିନଥିଲେ। କିନ୍ତୁ ନେତା ନିର୍ଦ୍ଧାରଣର ୧୭ ଦିନ ପରେ ଆଜି ପ୍ରଦୀପ୍ତ ନାୟକଙ୍କୁ ସିଧାସଳଖ ତୀର ମାରିଛନ୍ତି। ତାଙ୍କୁ ବିରୋଧୀ ନେତା ହେବାରେ କିଏ ବାଧା ଦେଲା ଆଉ ଶେଷ ମୁହୂର୍ତ୍ତରେ ଆସିଥିବା ଏ ନିଷ୍ପତ୍ତିର ନିୟନ୍ତା କିଏ ବୋଲି ଜୟନାରାୟଣ ବୁଲେଇ ବଙ୍କେଇ ପ୍ରଶ୍ନ କରିଛନ୍ତି।
କ୍ଷୋଭ ପ୍ରକାଶ କରି ଜୟନାରାୟଣ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଥିଲେ, ମୋତେ ବିରୋଧୀଦଳ ନେତା କରିବାକୁ କେନ୍ଦ୍ରୀୟ ନେତୃତ୍ୱ ସଙ୍କେତ ଦେଇଥିଲେ। ମୁଁ ମଧ୍ୟ ମାସେ ଧରି ସେହି ଅନୁସାରେ କାମ କରୁଥିଲି। ବିଧାୟକମାନେ ମୋତେ ବିରୋଧୀ ଦଳ ନେତା ଭାବରେ ଦେଖିବାକୁ ଚାହୁଁଥିଲେ। କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ସାମ୍ନାରେ ବହୁ ବିଧାୟକ ମୋ ନାଁ କହିଥିବା ନେଇ ମୋତେ ଜଣାଇଥିଲେ। ହେଲେ ଶେଷ ମୁହୂର୍ତ୍ତରେ କେନ୍ଦ୍ରର ନିଷ୍ପତ୍ତି ବଦଳିଗଲା।
ଜୟନାରାୟଣଙ୍କ ଏଭଳି ମନ୍ତବ୍ୟ କେଉଁଠି ନା କେଉଁଠି ସୂଚାଉଛି େଯ ତାଙ୍କ ବିେରାଧରେ େଯାଜନାବଦ୍ଧ ଷଡଯନ୍ତ୍ର େହାଇଛି। ତେବେ କିଏ ସେହି ଷଡଯନ୍ତ୍ରକାରୀ, ଯିଏ ଜୟନାରାୟଣଙ୍କୁ ମିଳୁଥିବା ପଦକୁ େଶଷ ମୁହୂର୍ତରେ ପ୍ରଦୀପ୍ତଙ୍କ ପାଖକୁ ଠେଲିଦେଇଥିଲେ, ତାହା ଏବେ ବିଜେପି ପାଇଁ ବଡ଼ ପ୍ରସଙ୍ଗ ଭାବେ ଉଭା େହବ।
ତେବେ ଶ୍ରୀ ମିଶ୍ରଙ୍କ ପ୍ରତିକ୍ରିୟା ଉପରେ ବିରୋଧୀ ଦଳ ନେତା ଶ୍ରୀ ନାୟକ କହିଥିଲେ, ସେ (ଜୟନାରାୟଣ) ଏପରି କ୍ଷୋଭ ପ୍ରକାଶ କରିବା ଉଚିତ ନୁହେଁ। ସବୁ ବିଧାୟକ କ’ଣ ତାଙ୍କୁ ଚାହୁଁଥିଲେ ? ମୋତେ ବି କିଛି ବିଧାୟକ ଚାହୁଁଥିଲେ। ନେତା ଚୟନରେ କୌଣସି ଫିକ୍ସିଂ ହୋଇ ନାହିଁ। ବିରୋଧୀ ଦଳ ନେତା ଚୟନ ପାଇଁ କେନ୍ଦ୍ରୀୟ ନେତୃତ୍ବଙ୍କୁ ଦାୟିତ୍ବ ଦିଆଯାଇଥିଲା। ଆଉ ସବୁ ବିଧାୟକ ଏଥିରେ ସହମତି ପ୍ରକାଶ କରିଥିଲେ।
ବିଧାନସଭା ବାହାରେ ଗଣମାଧ୍ୟମକୁ ଉଭୟ ଦେଇଥିବା ମତ ମନ୍ତବ୍ୟକୁ ନେଇ ଚର୍ଚ୍ଚା ଆେଲାଚନା ଆରମ୍ଭ େହାଇଥିବା ବେଳେ ‘କନକ ନ୍ୟୁଜ’ ସାମ୍ନାରେ ଜୟନାରାୟଣ ଆହୁରି ଚାଞ୍ଚଲ୍ୟକର କଥା କହିଥିଲେ। ସିଧା ସିଧା କହିଥିଲେ େଯ ସେ ଗଧକୁ ଘୋଡ଼ା କହିପାରିବେ ନାହିଁ। ଥରେ ଯୁଦ୍ଧଭୂମିକୁ ଓହ୍ଲାଇବା ପରେ ସେ ପଛକୁ େଫରି ଚାହିଁପାରିବେ ନାହିଁ। ସେ ପଛଘୁଞ୍ଚା େଦଇ ପଳାୟନ କରନ୍ତି ନାହିଁ। ତାଙ୍କୁ କିଏ କହିବ ନବୀନଙ୍କ ସପକ୍ଷରେ କହ େବାଲି, ସେ ପାରିବେ ନାହିଁ।
ଯଦିଓ ଦଳ ତାଙ୍କୁ ଏଭଳି କହିବା ପାଇଁ କେହି କହିନି; କିନ୍ତୁ ଏମିତି କିଛି ଥାଏ େଯଉଁଟା କୁହାଯାଏନି, କେଉଁଠି ନା କେଉଁଠି ବୁଝାପଡିଯାଏ େବାଲି ଶ୍ରୀ ମିଶ୍ର ସୂଚାଇଥିଲେ। ଏ ସବୁ ଡିମେରିଟ୍ କାରଣରୁ ହୁଏତ ତାଙ୍କ ନାମକୁ ବିଚାରକୁ ନିଆଯାଇନଥିବ ସେ ଆଶଙ୍କା ବ୍ୟକ୍ତ କରିଥିଲେ। ସମାନ୍ତରାଳ ଭାବେ ପ୍ରଦୀପ୍ତଙ୍କ ନାଁ ନ ନେଇ ଶ୍ରୀ ମିଶ୍ର ଆହୁରି କହିଥିଲେ େଯ ହୁଏତ ତାଙ୍କ ପାେଖ ଆଉ କିଛି େଯାଗ୍ୟତା ଥିବ, େଯଉଁଥିପାଇଁ ତାଙ୍କୁ ଚୟନ କରାଗଲା।
କେବଳ ଏତିକିରେ ଜୟନାରାୟଣ ଥମିନଥିଲେ। େଯଉଁ ପ୍ରସଙ୍ଗଟି ଉଭୟ ବିଜେଡି ଓ ବିଜେପି ଶିବିରରେ ଭିତରେ ଭିତରେ ଗୁମୁରୁଛି, କିନ୍ତୁ କେହି ମୁହଁ େଖାଲୁନାହାନ୍ତି, ସେ ପ୍ରସଙ୍ଗକୁ ମଧ୍ୟ ଉଖାରିଥିଲେ।
ରାଜ୍ୟସଭାରେ ବିଜେପି ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବଙ୍କ ଚୟନ ପ୍ରସଙ୍ଗରେ ଜୟନାରାୟଣ ବିଜେଡିକୁ ବିବାଦକୁ ଟାଣିଥିଲେ। ଠାରରେ ଠାରରେ କହିଥିଲେ, ଆମେ କଣ ବୁଝିପାରୁନୁ, କଣ ପାଇଁ ଫୁଲମାଳ ଦେଇଛନ୍ତି। େସମାନଙ୍କ ଉଦ୍ଦେଶ୍ୟକୁ ଭଲ ଭାବେ ବୁଝିଛୁ।
ଆଜି ଯାଏ ସବୁ କଥାରେ ଗାଳି ଦେଉଥିବା ଓ କେନ୍ଦ୍ରୀୟ ଅବହେଳା କଥା କହୁଥିବା େନତାମାନେ ହଠାତ୍ ଫୁଲମାଳ (ରାଜ୍ୟସଭାରେ ସମର୍ଥନ) କାହିଁକି ଦେଲେ? ବିଜେଡିକୁ ଏକଥା ପଚରାଯିବା ଉଚିତ। ଓଡ଼ିଶାର କି ସ୍ବାର୍ଥ, କଣ କଣ ସ୍ବାର୍ଥ ସାଧନ ପାଇଁ ସେମାନେ ଏହି ଫୁଲ ମାଳ େଦଲେ। କଣ କଣ ପ୍ରସଙ୍ଗରେ ସମର୍ଥନ ଆଣିପାରିଲେ, େକଉଁ କେଉଁ ସ୍ବାର୍ଥ ଇତିମଧ୍ୟରେ ଓଡ଼ିଶାର ସାଧନ େହଲା? ଶ୍ରୀ ମିଶ୍ର କହିଥିଲେ, ଆଜି ବି ବିଜେଡି େକନ୍ଦ୍ରକୁ ସମାେଲାଚନା କରୁଛି। ଏବେ ସେମାନେ ସ୍ପଷ୍ଟ କହିବା କଥା, େକନ୍ଦ୍ରୀୟ ଅବହେଳା ଓ ମହାନଦୀ କଥା ଆଦି ସବୁ ନିର୍ବାଚନୀ ପ୍ରସଙ୍ଗ ଥିଲା। ଆଜି ଏକଥା ଆପେ ପ୍ରମାଣିତ େହାଇଗଲାଣି।
ଉଲ୍ଲେଖଯୋଗ୍ୟ, ଜୟନାରାୟଣ ମିଶ୍ରଙ୍କୁ ବିେରାଧୀ ଦଳ ନେତା କରାଯିବା େନଇ ସବୁ ଆଡେ ଚର୍ଚ୍ଚା ଚାଲିଥିଲା। କିନ୍ତୁ ହଠାତ୍ ଏକ ଗୁରୁତ୍ବପୂର୍ଣ୍ଣ ରାଜନୈତିକ ଘଟଣାକ୍ରମରେ ବିଧାନସଭାରେ ଆବଶ୍ୟକ ସଂଖ୍ୟା ନଥାଇ ବି (ବିଜେପିର ୨୩ ସଭ୍ୟ) ଦଳ ରାଜ୍ୟସଭାରେ ଅଶ୍ବିନୀ ବୈଷ୍ଣବଙ୍କୁ ପ୍ରାର୍ଥୀ କଲା ଓ ବିଜେଡି ସମର୍ଥନ ଜଣାଇଲା। ଯଦିଓ ପ୍ରଧାନମନ୍ତ୍ରୀ ଓ ବିଜେପି ରାଷ୍ଟ୍ରୀୟ ସଭାପତିଙ୍କ ଅନୁେରାଧରେ ବିଜେଡି ସମର୍ଥନ କରିବା କଥା କହିଥିଲା, କିନ୍ତୁ କେଉଁ ପରିସ୍ଥିତିରେ ଉଭୟଙ୍କ ନିଷ୍ପତ୍ତିକୁ ଦଳ ସମ୍ମାନ ଦେଲା, ତାହା କେହି ବୁଝିପାରିନଥିଲେ। ଏକଥା ବିଜେଡି ଶିବିରରେ ମଧ୍ୟ ଚର୍ଚ୍ଚାର ବିଷୟ େହାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/jaya-f.jpg)