ଭୁବନେଶ୍ବର : ପୁରୀର ପୂର୍ବତନ ନଗରପାଳ ଜୟନ୍ତ ଷଡ଼ଙ୍ଗୀ ଆଜି ତାଙ୍କର ଶତାଧିକ ସମର୍ଥକଙ୍କ ସହ ବିଜେପିରେ ମିଶିଛନ୍ତି। ଏହାସହ ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଏବଂ ବୀରମିତ୍ରପୁରରେ ପୂର୍ବତନ ବିଧାୟକ ପ୍ରାର୍ଥୀ ସଞ୍ଜୀବ ପ୍ରସାଦ ସିଂହଦେଓ, ଉଦଳା ବ୍ଲକର ଅଧ୍ୟକ୍ଷା କୁମାରୀ ମୁର୍ମୁ ବି ଆଜି ବିଜେପିରେ ମିଶିଛନ୍ତି। ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ବରିଷ୍ଠ ନେତା ବିଶ୍ବଭୂଷଣ ହରିଚନ୍ଦନଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ହୋଇଥିଲା। ସମସ୍ତ ନୂତନ ସଦସ୍ୟଙ୍କୁ ଉତ୍ତରୀୟ ଓ ଟୋପି ପିନ୍ଧାଇ ଦଳକୁ ସ୍ବାଗତ କରାଯାଇଥିଲା।

Advertisment

ଏଥିରେ ପୁରୀ ଜିଲ୍ଲାର ଶିବ ପ୍ରସାଦ ମହାନ୍ତି, କୃଷ୍ଣଚନ୍ଦ୍ର ମହାପାତ୍ର, ସୁବ୍ରତ ଦା‌ସ, ନୃସିଂହ ମହାରଣା, ସଂଗ୍ରାମ ବିଶ୍ବାଳ, ଦୁର୍ଗାଚରଣଖୁଣ୍ଟିଆ, ରାଜେନ୍ଦ୍ର କୁମାର ସାହୁ, ୱାଇ.ମାଳତୀ, ମିନତି ସାହୁ ପ୍ରମୁଖ ବିଜେଡି ଓ କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିଲେ।

ସେହିପରି ଉଦଳା ବ୍ଲକର ଅଧ୍ୟକ୍ଷାଙ୍କ ସମେତ ଉଦଳା ବ୍ଲକ ମହିଳା ସଭାନେତ୍ରୀ ଲଳିତା ବିଶୋଇ, ଉଦଳା ବ୍ଲକର ଉପାଧ୍ୟକ୍ଷ ପରେଶ କୁମାର ବେହେରା, ଉଦଳା ନିର୍ବାଚନ ମଣ୍ଡଳୀର ବିଜୁ ଯୁବ ବାହିନୀର ସଭାପତି ସୁନିଲ ମାରାଣ୍ଡି, ସମ୍ପାଦକ ମଥୁରୀ ହାଁସଦା, ଚରଣେଶ୍ବର ବାରିକ, ସୌରୂପ କୁମାର ମହାପାତ୍ର, ଅରୁଣ କୁମାର ମଲ୍ଲିକ, ଦିନବନ୍ଧୁ ପୃଷ୍ଟି, ପ୍ରଦୀପ କୁମାର ପଣ୍ଡା ପ୍ରମୁଖ ଆଜି ବିଜେପିରେ ମିଶିଛନ୍ତି।