ମାଲକାନଗିରି: ମାଲକାନଗିରି ଜିଲ୍ଲାର ବଣ୍ଡାଘାଟିରେ ବସବାସ କରୁଥିବା ଯୁବତୀ ଓ ମହିଳାଙ୍କ ପାଇଁ ନେପକିନ ପିନ୍ଧିବାର ଏକ ପ୍ରୟାସ ଆରମ୍ଭକରି ସଫଳ ହୋଇଥିବା ଜଂଗଲରାଣୀ ଜୟନ୍ତୀ ବୁରୁଦା ଏବେ ଆଉ ଏକ ପାଦ ଆଗକୁ ଯାଇଛନ୍ତି।ବଣ୍ଡାଘାଟିରେ ଅଧାରୁ ପାଠ ଛାଡିଥିବା ହେଉ ବା ଏବେ ପାଠ ପଢୁଥିବା ଯୁବତୀମାନଙ୍କୁ ଜୟନ୍ତୀ ସାମ୍ବାଦିକତାର ପାଠ ପଢାଉଛନ୍ତି। ଏବେ ଗ୍ରୀଷ୍ଣ ଋତୁ ହୋଇଥିବାରୁ ସ୍କୁଲ ଓ କଲେଜ ଛୁଟି ଥିବାରୁ ସମସ୍ତ ଯୁବତୀ ନିଜ ନିଜ ଘରେ ରହିଛନ୍ତି।ଖାଲି ସମୟରେ ସମାନେ ଜଂଗଲରେ ବୁଲି ସହ ଘରର କାମରେ ନିଜକୁ ନିୟୋଜିତ କରୁଛନ୍ତି। ତେବେ ଏମାନଙ୍କୁ ଏହି ଛୁଟିରେ କିପରି କିଛି ନୂଆ ଜିନିଷ ଶିକ୍ଷା ଲାଭ କରାଯିବ ସେହି ପ୍ରୟାସରେ ଜୟନ୍ତୀ ଏହି ବଣ୍ଡା ଯୁବତୀଙ୍କୁ ସାମ୍ବାଦିକତାର ଶିକ୍ଷା ଦେଉଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଯୁବତୀମାନଙ୍କୁ ଏକତ୍ର କରି ଜଂଗଲର ଏକ ଗଛ ତଳେ କିପରି ଜଣେ ଜଣେ ସାମ୍ବାଦିକା ହୋଇପାରିବେ ସେନେଇ ଶିକ୍ଷା ଦେଉଛନ୍ତି। ଏହାପରେ ସମସ୍ତ ପାଖରେ ମୋବାଇଲ ରହିଥିବା ବେଳେ ସେମାନେ ସେହି ମୋବାଇଲରେ ଫଟୋ ଓ ଭିଡିଓ କିପରି ଉତ୍ତୋଳନ କରିବେ ସେନେଇ ମଧ୍ୟ ଶିକ୍ଷା ଦେଉଛନ୍ତି। ଏଥିରେ ବଣ୍ଡା ଯୁବତୀଙ୍କ ଆଗ୍ରହ କହିଲେ ନସରେ।
/sambad/media/post_attachments/wp-content/uploads/2024/06/Mkg-Banda-Ghati-re-jubati-nku-repoter-tranning-1-1024x576.jpg)
ଘରେ ମୋବାଇଲ ଖଣ୍ଡିକ ରହିଥିଲେ ମଧ୍ୟ ଏହାକୁ କେବଳ ସିନେମା, ୟୁଟ୍ୟୁବ ଇତ୍ୟାଦି ଦେଖିବାରେ ସମୟ ବିତିଯାଉଛି। କିନ୍ତୁ ଏହି ମୋବାଇଲକୁ ବ୍ୟବହାର କରି କିପରି ସାମ୍ବାଦିକତା ମଧ୍ୟ କରାଯାଇପାରିବ ସେନେଇ ସମସ୍ତ ଶିକ୍ଷା ପ୍ରଦାନ କରିଥିଲେ ଜୟନ୍ତୀ। ଯୁବତୀମାନେ ଗାଁ ଗାଁ ବୁଲି ଲୋକଙ୍କ ସମସ୍ୟାର ବାଇଟ ନେବା, ଅଭିନବ ଫଟୋ ଉଠାଇବା ଭଳି ଶିକ୍ଷା ଗ୍ରହଣ କରୁଛନ୍ତି। ଏହି ଫଟୋ ଓ ଭିଡିଓକୁ କିପରି ହ୍ୱାଟସ୍ ଅପରେ ଅନ୍ୟ ଜଣକୁ ପଠାଇପାରିବା ସେନେଇ ମଧ୍ୟ ଶିକ୍ଷା ଦେଇଛନ୍ତି ଜୟନ୍ତୀ। ଏଠାରେ ପ୍ରକାଶ ଥାଉକି ଜୟନ୍ତୀ ନିଜେ ଜଣେ ଆଦିବାସୀ ଓ ସାମ୍ବାଦିକତା କ୍ଷେତ୍ରରେ ପ୍ରଥମ ଆଦିବାସୀ ଯୁବତୀ। ସେ କୋରାପୁଟ ୟୁନିଭରସିଟିରେ ସାମ୍ବାଦିକତା ଶିକ୍ଷା ଗ୍ରହଣ କରିଛନ୍ତି। ସେ ଜଂଗଲ ରାଣୀ ଭାବେ ମଧ୍ୟ ପରିଚିତ। ଜଂଗଲରେ ରହୁଥିବା ଆଦିବାସୀଙ୍କୁ କିପରି ଆଧୁନିକ ସଭ୍ୟତା ସହ ଖାପ ଖୁଆଇବେ ସେନେଇ ପ୍ରଚେଷ୍ଟା ଜାରି ରଖିଛନ୍ତି। ଜଂଗଲରେ ରହୁଥିବା ଆଦିମ ଜନଜାତିଙ୍କୁ କିପରି ଆଗକୁ ଆଣିବେ ସେନେଇ ପ୍ରୟାସ କରୁଛନ୍ତି। ତେଣୁ ଆଗାମୀ ଦିନରେ ବଣ୍ଡାଘାଟିର ବହୁ ଯୁବତୀ ଆଗକୁ ଶିକ୍ଷା ଗ୍ରହଣ କରି ସାମ୍ବାଦିକତା କ୍ଷେତ୍ରରେ ନିଜକୁ ନିୟୋଜିତ କରିବେ ବୋଲି ଜୟନ୍ତୀ କହନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/Mkg-Banda-Ghati-re-jubati-nku-repoter-tranning-5.jpg)