ପୁରୀ: ବରିଷ୍ଠ କଂଗ୍ରେସ ନେତ୍ରୀ, ଓଡ଼ିଶାର ପ୍ରଥମ ମହିଳା ସାଂସଦ, ଜାତୀୟ ମହିଳା କମିସନର ପ୍ରଥମ  ଅଧ୍ୟକ୍ଷା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପତ୍ନୀ ଜୟନ୍ତୀ ପଟ୍ଟନାୟକଙ୍କର ଆଜି ପୁରୀ ସ୍ବର୍ଗଦ୍ବାରରେ ଶେଷକୃତ୍ୟ ସଂପନ୍ନ ହୋଇଛି। ସ୍ବର୍ଗତା ଜୟନ୍ତୀଙ୍କ ଏକମାତ୍ର ପୁତ୍ର ପୃଥ୍ବୀବଲ୍ଲଭ ପଟ୍ଟନାୟକ ମୁଖାଗ୍ନି ଦେଇଛନ୍ତି। ଏହି ଅବସରରେ ବହୁ କଂଗ୍ରେସ ନେତାଙ୍କ ସହ ମାନ୍ୟଗଣ୍ୟ ବ୍ୟକ୍ତି ସ୍ବର୍ଗଦ୍ବାରରେ ତାଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

Advertisment

publive-image

ପୁରୀ ସ୍ବର୍ଗଦ୍ବାରକୁ ଆସିବା ବାଟରେ ବହୁ ସ୍ଥାନରେ ସ୍ବର୍ଗତା ପଟ୍ଟନାୟକଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଯାଇଛି। ଆଜି ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟାରେ ସ୍ବର୍ଗତା ପଟ୍ଟନାୟକଙ୍କ ମରଶରୀର ସ୍ବର୍ଗଦ୍ବାରଠାରେ ପହଞ୍ଚିଥିଲା। ପୂର୍ବରୁ ଅପେକ୍ଷାରେ କଂଗ୍ରେସ ନେତାଙ୍କ ସହ ବହୁ ସାହିତ୍ୟିକ, ସଂଗଠକ ତାଙ୍କ ଶେଷ ଦର୍ଶନ କରିଥିଲେ।

publive-image

ଏହି ଅବସରରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ, ‘ସମ୍ବାଦ’ ଗ୍ରୁପର ଅଧ୍ୟକ୍ଷ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ, ସମ୍ବାଦ ଗ୍ରୁପ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ, ତଲ୍ଲୀନା ପଟ୍ଟନାୟକ, ‘ସମ୍ବାଦ’ର ସିଓଓ କମଳାକାନ୍ତ ମହାପାତ୍ର, ପୂର୍ବତନ କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ, ଅବନିଶ ଶର୍ମା, ସତ୍ୟସ୍ମିତ ମହାନ୍ତି, ପୂର୍ବତନ ବିଧାୟକ ଦିଲ୍ଲୀପ ଶ୍ରୀଚନ୍ଦନ, ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ, ଗୋବିନ୍ଦ ଭୂୟାଁ, ଲିଙ୍ଗରାଜ ଚୌଧୁରୀ, ମାନସ ରଂଜନ ଚୌଧୁରୀ, ଗାଳ୍ପିକ ବଦ୍ରି ମିଶ୍ର, ପୁରୀ ଓକିଲ ସଂଘର ପ୍ରାକ୍ତନ ସଭାପତି ତଥା କଂଗ୍ରେସ ନେତା ପୁଷ୍କର ମହାପାତ୍ର, ଜିଲ୍ଲା କଂଗ୍ରେସ ଉପସଭାପତି ବୀରେନ୍ଦ୍ର ଭୂଷଣ ହୋତା, କାଳିପ୍ରସାଦ ନାୟକ, ବିଶ୍ବକେଶନ ହରିଚନ୍ଦନ ମହାପାତ୍ର, ଆଲୋକ ଦାଶ, ଆଶୁତୋଷ ମିଶ୍ର, ଶମ୍ଭୁନାଥ ଷଡ଼ଙ୍ଗୀ, ‘ସମ୍ବାଦ’ର ରାଜେଶ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।