ପଟ୍ଟାଙ୍ଗି: ବିଜେପିରୁ ମୋହ ତୁଟାଇଲେ ଜୟରାମ ପାଙ୍ଗି। ପୂର୍ବତନ ସାଂସଦ ଜୟରାମ ପାଙ୍ଗି ବିଜେପି ଦଳରୁ ଇସ୍ତଫା ଦେଇଛନ୍ତି। କୋଟିଆରେ ଉତ୍କଳ ଦିବସ ପାଳନ ଅବସରରେ ଆଜି ସେ ନିଜର ଇସ୍ତଫା ସମ୍ପର୍କରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ଏହି ସୂଚନା ଦେଇଛନ୍ତି । କିନ୍ତୁ ଶ୍ରୀ ପାଙ୍ଗି ଆଗାମୀ ଦିନରେ କେଉଁ ଦଳରେ ସାମିଲ ହେବେ ସେ ସମ୍ପର୍କରେ ସ୍ପଷ୍ଟ କରିନାହାନ୍ତି ।

Advertisment

publive-image

ତେବେ ଲୋକଙ୍କ ସହ ରହି ଅଂଚଳର ବିକାଶ ଦିଗରେ କାମ କରିବି ବୋଲି କହିଛନ୍ତି । ଗତ କିଛିଦିନ ଧରି ସ୍ବତନ୍ତ୍ର କେନ୍ଦ୍ର ଶାସିତ ରାଜ୍ୟ ଘୋଷଣା ଦାବି କରି ଆସୁଛନ୍ତି । ଅବିଭକ୍ତ କୋରାପୁଟ, ଆନ୍ଧ୍ରପ୍ରଦେଶ ଓ ଛତିଶଗଡ ରାଜ୍ୟର ସୀମାନ୍ତ ଅଂଚଳକୁ ନେଇ ଦଣ୍ଡକାରଣ୍ୟ ପାର୍ବତ୍ୟମାଳା ବିକାଶ ପରିଷଦ ନାମରେ ସଂଗଠନ ଗଢିଛନ୍ତି । ଏହି ସଂଗଠନରେ ଓଡିଶା, ଛତିଶଗଡ, ଆନ୍ଧ୍ର ତିନୋଟି ରାଜ୍ୟର ପ୍ରମୁଖ ବ୍ୟକ୍ତିମାନେ ବିଭିନ୍ନ ପଦ ପଦବିରେ ରହିଛନ୍ତି । ଏହି ସଂଗଠନରେ କାର୍ଯ୍ୟ ଜାରି ରହିବ ବୋଲି ସେ କହିଛନ୍ତି । ୨୦୧୭ରେ ବିଜେଡିରୁ ନିଲମ୍ବିତ ହେବାପରେ ପରବର୍ତ୍ତୀ ସମୟରେ ବିଜେପିରେ ସାମିଲ ହୋଇଥିଲେ । ସେ ୨୦୧୯ ଲୋକସଭା ନିର୍ବାଚନରେ କୋରାପୁଟ ଲୋକସଭା ଆସନ ପାଇଁ ବିଜେପି ଦଳରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ ।