ଜୟପୁର: ବୁଧବାର ରାତିରେ ଗାନ୍ଧୀନଗର ଛକସ୍ଥିତ ଏଟିଏମ୍ରୁ ଟଙ୍କା ଉଠାଇବାକୁ ଆସିଥିବା ଦୁଇ ଜଣ ଯୁବକ ପୁଲିସ ମାଡ଼ରେ ଲହୁଲୁହାଣ ହୋଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଆହତ ଯୁବକ ଦ୍ୱୟ ହେଲେ ସପରିବାର ସେ ଅଞ୍ଚଳରେ ଘରଭଡ଼ା ନେଇ ରହୁଥିବା ୨୧ ବର୍ଷିୟ ସମ୍ପଦ ରାଉତ ଓ ୨୨ ବର୍ଷିୟ ବିଶ୍ୱାସ ପ୍ରଧାନ। ରାତି ପ୍ରାୟ ୧୧:୩୦ ବେଳେ ଦୁହେଁ ଟଙ୍କା ଉଠାଇବାକୁ ଚାଲି ଚାଲି ଏଟିଏମ୍ କିଓସ୍କ ଆଡ଼କୁ ଯାଉଥିବା ବେଳେ ସେ ଅଞ୍ଚଳରେ ପାଟ୍ରୋଲିଙ୍ଗ୍ ଦାୟିତ୍ୱରେ ଥିବା ନିଶାସକ୍ତ ପୁଲିସ କର୍ମଚାରୀ ଏଚ୍କେ ସେଠ୍ ଓ ରାଇଟର୍ ଅନୀଲ ପଣ୍ଡା ତାଙ୍କୁ ମାରଧର କରି ଲହୁଲୁହାଣ କରି ପକାଇଥିଲେ।
ଉଭୟଙ୍କୁ ଟାଉନ୍ ଥାନା ପୁଲିସ ପରିବାର ଲୋକଙ୍କ ସହ ସେମାନଙ୍କୁ ଉଦ୍ଧାର କରି ଜୟପୁର ଜିଲ୍ଲା ମୁଖ୍ୟାଳୟରେ ଚିକିତ୍ସା କରାଇ ଘରକୁ ଆଣିଥିଲେ। ଆଜି ପ୍ରତ୍ୟୁଷରେ ଜୟପୁର ଥାନା ଭାରପ୍ରାପ୍ତ ଅଧିକାରୀ ବାଲେଶ୍ୱର ଗିଢ଼ୀ ଉଭୟ ପୀଡ଼ିତ ଓ ସେମାନଙ୍କ ପରିବାର ଲୋକଙ୍କୁ ଡକାଇ ଘଟନା ପୁଲିସର ଭୁଲ୍ ବୋଲି ସ୍ୱୀକାର କରିବା ସହ ଆପୋସ ସମାଧାନ କରିବାକୁ ଉଦ୍ୟମ ଚଳାଇଛନ୍ତି। ଖବର ପାଇ ଏସ୍ଡିପିଓ ଆଇପିଏସ୍ ସାଗରିକା ନାଥ ମଧ୍ୟ ଥାନାରେ ପହଞ୍ଚିଛନ୍ତି।
ଖବର ପାଇ ଏସ୍ଡିପିଓ ଆଇପିଏସ୍ ସାଗରିକା ନାଥ ମଧ୍ୟ ଥାନାରେ ପହଞ୍ଚିଛନ୍ତି।
ଉତ୍ୟକ୍ତ ଲୋକେ ସମ୍ପୃକ୍ତ ପୁଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି।