ଜୟପୁର: ଓରିୟନ୍ କ୍ରିକେଟ କ୍ଲବ ପକ୍ଷରୁ ଏସଆର୍ ମଲ ସହଯୋଗରେ  ସ୍ଥାନୀୟ  ଦଶହରାପଡ଼ିଆ (ବିକ୍ରମ ଦେବ ଷ୍ଟାଡିୟମ)ଠାରେ ଚାଳିଥିବ ଏସଆର ଜୟପୁର ପ୍ରିମିୟର ଲିଗ୍ (ଜେପିଏଲ୍)-୨ର ଚତୁର୍ଥ ଦିନରେ ପ୍ରଥମ ମ୍ୟାଚରେ ଜୟପୁର ଷ୍ଟ୍ରାଇକର୍ସ  ଓ ଦ୍ବିତୀୟ ମ୍ୟାଚରେ ଜୟପୁର ସୁପରଷ୍ଟାରସ୍ ଦଳ ବିଜେତା ହୋଇଛନ୍ତି।

Advertisment

୧ମ୍ ମ୍ୟାଚରେ ୨ୱିକେଟରେ ଜୟପୁର ଷ୍ଟ୍ରଇକର୍ସ ଦଳ ବିଜେତା ହୋଇଛି। ଏଭେଂଜର୍ସ ଦଳ ଟସ୍ ଜିତିବା ସହ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରି ୮ୱିକେଟ ହରାଇ ୧୬୪ରନ ସଂଗ୍ରହ କରିଥିଲେ। ଏଭଜେଂର୍ସ ଦଳର ନରେଶ ପିରିସିକା ୮୩, ଶଙ୍କର ସିଂ ୨୯ ଓ ସେକ୍ ବୁଖାରୀ ୨୭ ରନ ସଂଗ୍ରହ କରିଥିଲେ। ଜୟପୁର ଷ୍ଟ୍ରାଇକର୍ସ ଦଳର ପ୍ରଦୀପ କୁମାର ଦାଶ ୫ଟି ଓ ଏସ୍ ଲୋହିତ ୨ଟି ୱିକେଟ ନେଇଥିଲେ।

ଖେଳର ଦ୍ବିତୀୟାର୍ଦ୍ଧରେ ଜୟପୁର ଷ୍ଟ୍ରଇକର୍ସ ଦଳ ୧୬୫ରନକୁ ପିଛା କରି ୮ ୱିକେଟ ହରାଇ ନିର୍ଦ୍ଦାରିତ ରନ  କରି ୨ୱିକେଟରେ ଜିତିଥିଲେ। ଜୟପୁର ଷ୍ଟ୍ରଇକର୍ସ ଦଳର ଉମାଶଙ୍କର ୮୦, ଦିଲ୍ଲୀପ କମାର ସ୍ବାଇଁ ୩୨ରନ ଓ  ମିର୍ଜା ଟି. ବେଗ ୧୯ରନ  ସଂଗ୍ରହ କରିଥିଲେ।  ଏଭେଜଂର୍ସ ଦଳର ରାଜୀବ ସର୍ଦ୍ଦାର ୪ଟି ରାଜେଶ ରାଜ ସାହୁ ୨ଟି ଓ ଦିଲ୍ଲୀପ ପଣ୍ଡା ଗୋଟିଏ ୱିକେଟ ନେଇଥିଲେ। ଏହି ମ୍ୟାଚରେ ଜୟପୁର ଷ୍ଟ୍ରାଇକର୍ସର ପ୍ରଦୀପ କୁମାର ଦାଶଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ଦିଆଯାଇଥିଲା।

ସେଭଳି ଆଜିର ଦ୍ବିତୀୟ ମ୍ୟାଚରେ ଜୟପୁର ସୁପର ଷ୍ଟାର୍ସ ଦଳ ୩୩ରନରେ ବିଜେତା ହୋଇଥିଲେ। ଜୟପୁର ରୋୟଲସ୍  ଦଳ ଟସ ଜିତି ବୋଲିଂ କରିବାକୁ ନିଷ୍ପତି ନେଇଥିଲେ। ଜୟପୁର ସୁପର ଷ୍ଟାର୍ସ ଦଳ ୮ୱିକେଟ ହରାଇ ୧୫୬ ରନ ସଂଗ୍ରହ କରିଥିଲେ। ଦଳର ଶ୍ରବଣ ବୁଙ୍ଗା ୭୩, ଏମ୍ .ଅମିତ କୁମାର ୨୮ରନ ସଂଗ୍ରହ କରିଥିଲେ। ଜୟପୁର ରୋୟଲସ ଦଳର ରାଜେନ୍ଦ୍ର ନାୟକ ୩ଟି , ଆଦିତ୍ୟ ରାଉତ ଓ ସୁକେଶ ହୀରା ୨ଟି ଲେଖାଏଁ ୱିକେଟ ହାସଲ କରିଥିଲେ।

ଖେଳର ଦ୍ବିତୀୟାର୍ଦ୍ଧରେ ଜୟପୁର ରୋୟଲସ ଦଳ ୧୫୭ରନର ପିଛା କରି ସମସ୍ତ ୱିକେଟ ହରାଇ ୧୨୩ରନ ସଂଗ୍ରହ କରି  ୩୩ରନରେ ହାରିଯାଇଥିଲେ।  ଜୟପୁର ରୋୟଲସ୍ ଦଳର ଅମିତ ରାଉତ ୩୩, ଓ ସୁକଶେ ହୀରା ୨୮ରନ  ସଂଗ୍ରହ କରିଥିଲେ। ଜୟପୁର ସୁପର ଷ୍ଟାର୍ସ ଦଳର ଉମା ୪ଟି , ପୁର୍ଣ୍ଣ ମାଝୀ ଓ ଦିନେଶ ଶ୍ରୀବାସ୍ତ  ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ। ଦ୍ବିତୀୟ ମ୍ୟାଚରେ ଶ୍ରବଣ ବୁଙ୍ଗାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ଦିଆଯାଇଥିଲା।

publive-image

ଉଭୟ ମ୍ୟାଚରେ ଆମ୍ପାୟର ଭାବେ ମହେଷ ମୁନସୀ, ତୁଷାର ପଣ୍ଡା ଓମ୍ୟାଚ ରେଫରୀଭାବେ ଅସିତ ପଟ୍ଟନାୟକ, ସ୍କୋରର ଭାବେ ୱାଇ ୟୁବରାଜ ,ଧାରାବିବରଣୀ ମହମ୍ମଦ ଇସାକ୍  ଦେଇ ଖେଳ ପରିଚାଳନା କରିଥିଲେ।   ପ୍ରଯୋଗିତା କମିଟିର ଅଧ୍ୟକ୍ଷ ବାବୁଲା ରାଉତ, କାର୍ତ୍ତିକ ରାଉତ, ସୁବାସ ରାଉତ, ବାପି ପରିଡ଼ା, ସଚ୍ଚିଦାନନ୍ଦ ପରିଡ଼ା, ଆଦିତ୍ୟ ରାଉତ, କିଶୋର ରାଉତ, ଅଂଶୁମାନ ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ।