ଜେପିଏଲ୍ : ଧଳ ୱାରିୟର୍ସ ଓ ରିଲାଏନସ୍ ୱାରିୟର୍ସ ବିଜେତା

ଜୟପୁର: ଜୟପୁର ପ୍ରିମିୟର ଲିଗ୍ (ଜେପିଏଲ୍)ର  ସପ୍ତମ ଦିବସରେ ଧଳ ୱାରିୟର୍ସ  ଓ ରିଲାଏନସ୍ ୱାରିୟର୍ସ  ବିଜେତା ହୋଇଛନ୍ତି। ପ୍ରଥମ ମ୍ୟାଚରେ ସନ୍ ରାଇଜର୍ସ ଜୟପୁର  ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ଓଭରରେ ୭ୱିକେଟ ହରାଇ ୧୪୦ରନ ସଂଗ୍ରହ କରିଥିଲେ।  ଦଳ ପକ୍ଷରୁ ଅକ୍ଷୟ ହାଲବା୨୮ଟି  ବୋଲରେ ୩୪ରନ ଓ ଅଂଶୁମାନ ପଟ୍ଟନାୟକ ୫୪ଟି ବୋଲରେ ୬୨ରନସଂଗ୍ରହ କରିଥିଲେ।

ଧଳ ୱାରିୟର୍ସର ଚିନ୍ମୟ ପଣ୍ଡା ଓ  ଗିରୀ କ୍ରୀଷ୍ଣା ୩ଟି ଲେଖାଏଁ ୱିକେଟ ହାସଲ କରିଥିଲେ। ବିଜୟ ଲକ୍ଷ୍ୟକୁ ପିଛା କରି  ଧଳ ୱାରିୟର୍ସ ୧୫.୧ଓଭରରେ ୩ୱିକେଟ ହରାଇ ୧୪୧ରନ କରି  ୧ରନରେ ବିଜେତା ହୋଇଥିଲେ। ଦଳ ପକ୍ଷରୁ କୋରାପୁ କେ, ସନ୍ଦୀପ ୫୧ଟି ୭୬ ରନ, ଏନ.ଦୀପରାଜ ୧୪ଟି ବୋଲରେ ୨୬ରନ ସଂଗ୍ରହ କରିଥିଲେ। ସନରାଇଜର୍ସ ଜୟପୁରର  ସରୋଜ ହିଆଲ ୨ଟି , ଓ ଦିବ୍ୟାଶୁଂ ଆର୍.ନାୟକ ଗୋଟିଏ ୱିକେଟ  ହାସଲ କରିଥିଲେ। ଧଳୱାରିୟର୍ସର କୋରାପୁ କେ, ସନ୍ଦୀପଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ପୁରସ୍କୃତ କରାଯାଇଥିଲା।

ସେହିପରି ଦ୍ବିତୀୟ ମ୍ୟା‌ଚରେ ରିଲାଏନସ୍ ୱାରିୟର୍ସ ଟସ୍  ଜିତି ଫିଲଡିଂ  କରିବାକୁ ନିଷ୍ପତି ନେଇଥିଲେ। ମାଉ‌ଣ୍ଟେନ ବୟଜ ବ୍ୟାଟିଂ ଆରମ୍ଭ କରି  ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୪୧ ରନ ସଂଗ୍ରହ କରିଥିଲେ। ଦଳ ପକ୍ଷରୁ ପିପି କୁମାର ରାଓ ୩୫ଟି ବୋଲରେ ୪୦ ରନ, ସରୋଜ କୁମାର ଗୌଡ଼ ୨୪ଟି ବୋଲରେ ୨୬ରନ ଓ ଆର୍ଶଡା କିଶୋର ୧୪ବୋଲରେ ୧୫ରନ ସଂଗ୍ରହ କରିଥିଲେ। ରିଲାଏନସ୍ ୱାରିୟର୍ସର ଶିବ ହରିଜନ ଓ ଏ.କିରଣ ୨ଟି ଲେଖାଏଁ ୱିକେଟ  ହାସଲ କରିଥିଲେ।ଜବାବରେ ରିଲାଏନସ୍ ୱାରିୟର୍ସ ୮ଓଭରରେ ଗୋଟିଏ ୱିକେଟ ହରାଇ ୫୭ରନ ସଂଗ୍ରହ କରିଥିଲେ। ‌କାଳବୈଶାଖୀ ଯୋଗୁଁ ମ୍ୟାଚ ହୋଇ ପାରିନଥିଲା। ପୁର୍ଣ୍ଣ ଚନ୍ଦ୍ର ମାଝୀ ୨୪ଟି ବଲରେ ୩୧ରନ,ଏ.କିରଣ ୧୯ଟି ବଲରେ ୧୬ରନ ସଂଗ୍ର କରିଥିଲେ।

ମାଉଣ୍ଟେନ ବୟସର ଅଚ୍ୟୁତ କୁମାର ପ୍ରଧାନ ଗୋଟିଏ ୱିକେଟ ହାସଲ କରିଥିଲେ। ପରବର୍ତ୍ତୀ ସମୟ‌ରେ ଆୟୋଜକ ବୈଷୟିକ ଟିମ୍ ଡିଏଲଏସ୍ ପଦ୍ଧତିକୁ ନେଇ ମ୍ୟାଚର ଫଳାପଳକୁ ଘୋଷଣା କରିଥିଲେ। ଏହି ପଦ୍ଧତି ଅନୁଯାୟୀ ୮ଓଭରରେ ୫୩ରନ ସଂଗ୍ରହ କରିବା କଥା।  ରିଲାଏନସ୍ ୱାରିୟର୍ସ ୮ଓଭରରେ ୫୭ରନ ସଂଗ୍ରହ କରି ୪ରନରେ ବିଜେତା ହୋଇଛନ୍ତି। ରିଲାଏନସ୍ ୱାରିୟର୍ସର  ଆର୍ସଡା କିରଣଙ୍କୁ ଦ୍ବିତୀୟ ମ୍ୟାଚରେ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ଦିଆଯାଇଥିଲା। ଉଭୟ ମ୍ୟାଚରେ ଆମ୍ପାୟର ଭାବେ ଅସିତ ପଟ୍ଟନାୟକ, ସରୋଜ ସାହୁ, ସ୍କୋରର ଭାବେ ଆଦିତ୍ୟ ମହାନ୍ତି ,ଧାରାବିବରଣୀ ମହମ୍ମଦ ଇସାକ ଦେଇ ଖେଳ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର