ଜୟପୁର: ଜୟପୁର ପ୍ରିମିୟର ଲିଗ୍ (ଜେପିଏଲ୍)ର  ଷଷ୍ଠ ଦିବସରେ ଗୁଲୁରି ସୁପର ଚାର୍ଜର୍ସ ଓ ଏସ୍.ଆର. କୁଲ  ବିଜେତା ହୋଇଛନ୍ତି।  ପ୍ରଥମ ମ୍ୟାଚରେ ଗୁଲୁରି ସୁପର ଚାର୍ଜର୍ସ ଟସ୍ ଜିତି ପ୍ରଥମେ ଫିଲଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଜୟପୁର ରୟଲସ୍ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୯.୪ଓଭରରେ ୧୦ୱିକେଟ ହରାଇ ୧୪୫ରନ ସଂଗ୍ରହ କରିଥିଲେ।  ଦଳ ପକ୍ଷରୁ ଆଦିତ୍ୟ ରାଉତ ୨୨ଟି  ବୋଲରେ ୪୩ରନ ଓ ମିରଜା ଟି ବେଗ୍ ୨୭ଟି ବୋଲରେ ୩୪ରନସଂଗ୍ରହ କରିଥିଲେ। ଗୁଲୁରି ସୁପର ଚାର୍ଜରସ ଦଳର ନରେଶ ପିରିସିକା ଓ ଏସି ମୁନ୍ନିର ୨ଟି ଲେଖାଏଁ , ସମୀର କୁମାର ଜେନା ୩ଟି , ଦିନେଶ ହାଲବା ଗୋଟିଏ ୱିକେଟ ହାସଲ କରିଥିଲେ। ବିଜୟ ଲକ୍ଷ୍ୟକୁ ପିଛା କରି  ଗୁଲୁରି ସୁପର ଚାର୍ଜର୍ସ ୧୬ଓଭରରେ ୩ୱିକେଟ ହରାଇ ୧୪୭ରନ କରି  ୨ରନରେ ବିଜେତା ହୋଇଥିଲେ। ଦଳ ପକ୍ଷରୁ ଦିନେଶ ହାଲବା ୧୨ଟି ବଲରେ ୩୯ ରନ, ଉମାଶଙ୍କର ୪୭ଟି ବୋଲରେ ୬୨ରନ, ନରେଶ ପିରିସିକା ୩୧ଟି ବଲରେ ୩୩ରନ ସଂଗ୍ରହ କରିଥିଲେ। ଜୟପୁର ରୟଲସର ସୋମାହାନ୍ତି ଲୋହିତ ଓ ରାଜେଶ ରାଜ ଷଡଙ୍ଗୀ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ।  ଗୁଲୁରି ସୁପରଚାର୍ଜର୍ସର ଦିନେଶ ହାଲବାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ପୁରସ୍କୃତ କରାଯାଇଥିଲା।

Advertisment

ସେହିପରି ଦ୍ବିତୀୟ ମ୍ୟା‌ଚରେ ରିଲାଏନସ୍ ୱାରିୟର୍ସ ଟସ୍  ଜିତି ଫିଲଡିଂ  କରିବାକୁ ନିଷ୍ପତ୍ତି ନେଇଥିଲେ। ଏସ୍ .ଆର୍ କୁଲ ବ୍ୟାଟିଂ ଆରମ୍ଭ କରି  ନିର୍ଦ୍ଧାରିତ ୧୯.୫ ଓଭରରେ ୧୦ ୱିକେଟ ହରାଇ ୧୪୭ ରନ ସଂଗ୍ରହ କରିଥିଲେ। ଦଳ ପକ୍ଷରୁ ସୁବାସ ରାଉତ ୪୧ଟି ବୋଲରେ ୬୮ ରନ, ସିଏଚ୍ ରାଜା ୨୨ଟି ବୋଲରେ ୨୮ରନ ଓଶଙ୍କର ରାଉତ ୧୭ଟି ବଲରେ ୧୬ ରନ ସଂଗ୍ରହ କରିଥିଲେ। ରିଲାଏନସ୍ ୱାରିୟର୍ସର ଦିନେଶ ଶ୍ରୀବାସ୍ତବ ଓ ଶିବ ହରିଜନ ୩ଟି ଲେଖାଏଁ ଓ ସେଇକ୍ ଏ୍ ରିୟାଜ ୨ଟି ୱିକେଟ  ହାସଲ କରିଥିଲେ।

ଜବାବରେ ରିଲାଏନସ୍ ୱାରିୟର୍ସ ୧୮.୧ଓଭରରେ ୧୦ୱିକେଟ ହରାଇ ୧୨୧ରନରେ ସୀମିତ ରହିଯାଇଥିଲେ। ୨୬ରନରେ ଏସଆର କୁଲସ୍ ବିଜେତା ହୋଇଥିଲେ। ରିଲାଏନସ୍ ୱାରିୟର୍ସର ସେଇକ୍ ଏ  ରିଆଜ୍୨୦ବୋଲରେ ୨୮ରନ, ଆର୍ସଦ କିରଣ ୨୪ଟି ବୋଲରେ ୧୩ରନ, ଦିନେଶ ଶ୍ରୀବାସ୍ତବ ୧୫ଟି ବୋଲରେ ୨୩ରନ ସଂଗ୍ରହ କରିଥିଲେ।  ଏସଆର୍ କୁଲର  କିଶୋର ରାଉତ ୪ଟି, ସିଏଚ୍ ରାଜା ୨ଟି ଗୌରୀ ଗୋଟିଏ ୱିକେଟ ହାସଲ କରିଥିଲେ। ଏସଆର କୁଲର ସୁବାସ ରାଉତଙ୍କୁ ଦ୍ବିତୀୟ ମ୍ୟାଚରେ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ଦିଆଯାଇଥିଲା। ଏଥିରେ ଅତିଥି ଭାବେ ନବରଙ୍ଗପୁର ଜିଲ୍ଲା ଆଥଲେଟିକ ଆସୋସିଏସନର ସଂପାଦକ ପ୍ରହ୍ଲାଦ ତ୍ରିପାଠୀ ଯୋଗ ଦେଇ ପୁରସ୍କୃତ କରିଥିଲେ। ଉଭୟ ମ୍ୟାଚରେ ଆମ୍ପାୟର ଭାବେ ଅସିତ ପଟ୍ଟନାୟକ, ତୁଷାର କାନ୍ତ ପଣ୍ଡା, ସ୍କୋରର ଭାବେ ଜି.ଗିରୀ କ୍ରୀଷ୍ଣା, ଆଶିଷ ମହାନ୍ତି ,ଧାରାବିବରଣୀ ମହମ୍ମଦ ଇସାକ ଦେଇ ଖେଳ ପରିଚାଳନା କରିଥିଲେ।