ଭିଜିଲାନ୍ସ ହାତରେ ଧରାପଡ଼ିଲେ ଜେଇ, ଏଏସ୍‌ଆଇ

ବୌଦ୍ଧ/ସିନାପାଲି : ରାଜ୍ୟ ସରକାରଙ୍କ ଦୁଇ ଅଧିକାରୀ ଆଜି ଭିଜିଲାନ୍ସ ହାତ‌େର ଧରାପଡ଼ିଛନ୍ତି। ଦୁହିଁଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବୌଦ୍ଧ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଉପଖଣ୍ଡର କନିଷ୍ଠ ଯନ୍ତ୍ରୀ ଭାବଗ୍ରାହୀ ସାମନ୍ତରାୟ। ଅନ୍ୟଜଣେ, ନୂଆପଡ଼ା ଜିଲ୍ଲା ସିନାପାଲି ଥାନାର ଏଏସ୍ଆଇ କୃଷ୍ଣ ବଲ୍ଲଭ ଶବର।

ଅଭିଯୋଗ ଅନୁସାରେ, କନିଷ୍ଠ ଯନ୍ତ୍ରୀ ଶ୍ରୀ ସାମନ୍ତର‌ାୟ ଜହ୍ନାପଙ୍କ ଠାରେ ନିର୍ମିତ ଏକ ସୋଲାର ୱାଟର ଓଭରହେଡ୍ ଟେଙ୍କର ବିଲ ପାସ୍‌ କରିବା ପାଇଁ ଖୁଣ୍ଟବନ୍ଧ ସରପଞ୍ଚ ମିତ୍ରଭାନୁ ପ୍ରଧାନଙ୍କ ଠାରୁ ୫୦ ହଜାର ଟଙ୍କା ନେଉଥିବାବେଳେ ଧରାପଡ଼ିଥିଲେ।

ସେହିଭଳି, ମାମଲାରେ କୋହଳ ଦଫା ଲଗାଇବା ଏବଂ ଚାର୍ଜସିଟ୍ ନ ପଠାଇବା ପାଇଁ ଶ୍ରୀ ଶବର ୭ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଅଧିକାରୀମାନେ ଧରିଥିଲେ।

ସମ୍ବନ୍ଧିତ ଖବର