ଦାମନଯୋଡ଼ି: ବେଆଇନ ବନ୍ଧୁକ ରଖିବା ଅଭିଯୋଗରେ ଗ  ଦାମନଯୋଡ଼ି ଟାଟାପାଓ୍ଵାର ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ସରୋଜ କୁମାର ବେହେରା ଓ ତାଙ୍କ ସଞ୍ଜୟ କୁମାର ପ୍ରଧାନଙ୍କୁ ବାନ୍ଧିଲା ସୁନାବେଡ଼ା ପୁଲିସ। ସୁନାବେଡ଼ା ଥାନା ଆଇ ପି ସି ଧାରା ୨୫(୧-ଖ), (କ) ବେଆଇନ୍ ଅସ୍ତ୍ରଶସ୍ତ୍ର ରଖିବା ଅଭିଯୋଗରେ ଉଭୟଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

Advertisment

ଖବରରୁ ଜଣାପଡ଼ିଛି ଯେ, ସଞ୍ଜୟ ପ୍ରଧାନ ଓ ତାଙ୍କ ପିତାଙ୍କ ମଧ୍ୟରେ ପାରିବାରିକ କଳହ ହୋଇଥିଲା। ଭୟଭୀତ କରାଇବା ପାଇଁ ସଞୟ ପିତାଙ୍କୁ ବନ୍ଧୁକ ଦେଖାଇଥିଲେ। ଏହାକୁ ନେଇ ସଞ୍ଜୟଙ୍କ ପିତା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ସୁନାବେଡ଼ା ପୁଲିସ ସଞ୍ଜୟଙ୍କୁ ଅଟକ ରଖି ପଚରାଉଚରା କରିଥିଲେ। ବନ୍ଧୁକ ସମ୍ପର୍କରେ ପଚାରିବାରୁ ସେ ବିଦ୍ୟୁତ୍ ବିଭାଗର କନିଷ୍ଠ ଯନ୍ତ୍ରୀ ସରୋଜ ବେହେରାଙ୍କ ନାଁ ନେଇଥିଲେ। ଏହାପରେ ପୁଲିସ୍ ସରୋଜଙ୍କ ଠାରୁ ଜୀବନ୍ତ ଗୁଳି ଉଦ୍ଧାର କରିବା ସହ ସରୋଜଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୁନାବେଡ଼ା ଥାନା ଅଧିକାରୀ ଉଲ୍ଲାସ ଚନ୍ଦ୍ର ରାଉତ ସୂଚନା ଦେଇଛନ୍ତି।