ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ମାଲକାନଗିରିରେ ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ ସଂଜୟ ମହାନ୍ତିଙ୍କ ଘର ଓ କାର୍ଯ୍ୟାଳୟରେ ଏକକାଳୀନ ଚଢ଼ାଉ ହୋଇଛି । ଚଢ଼ାଉ ବେଳେ ଭଡ଼ା ଘରୁ ୧ଲକ୍ଷ ୧୫ହଜାର ଟଙ୍କା ନଗଦ ଜବତ କରିଛି ଭିଜିଲାନ୍ସ । ଏହାସହ ଗୋଟିଏ କାର ଓ ବାଇକ ବି ଜବତ ହୋଇଛି । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ୭ଟି ସ୍ଥାନରେ ଚଢ଼ାଉ କରୁଛି ।
/sambad/media/post_attachments/wp-content/uploads/2024/01/921c60db-b8b3-4990-8721-ada3ab5fd8ab-300x225.jpeg)
ମାଲକାନଗିରିର ଭଡ଼ାଘର ଓ କାର୍ଯ୍ୟାଳୟ ସମେତ ବାଲେଶ୍ୱର, ଜଳେଶ୍ୱର ଓ ଭୁବନେଶ୍ୱରରେ ଚଢ଼ାଉ ଚାଲିଛି । ଏହି ଚଢ଼ାଉରେ ଜଣେ ଅତିରିକ୍ତ ଏସପିଙ୍କ ସହ ୩ ଜଣ ଡ଼ିଏସପି, ୮ ଜଣ ଇନ୍ସପେକ୍ଟର, ୮ ଜଣ ଏସଆଇ ସାମିଲ ଅଛନ୍ତି | ବର୍ତ୍ତମାନ ବାଲେଶ୍ୱର ଜଳେଶ୍ୱରରେ ଥିବା ୩ ମହଲା କୋଠା, ଭୁବନେଶ୍ୱର ରଘୁନାଥପୁରରେ ଥିବା ଫ୍ଲାଟ, ପୋଖରୀପୁଟରେ ଥିବା ସମ୍ପର୍କୀୟଙ୍କ ଘର ପ୍ରମୁଖ ସ୍ଥାନରେ ଚଢ଼ାଉ ଚାଲିଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/0be78f9b-5796-4997-bfca-817a3ef2842d.jpeg)