ଭୁବନେଶ୍ବର: ଜଣେ ଅଭିଯୋଗକାରୀଙ୍କ ପିତାଙ୍କ ସପକ୍ଷରେ କୋଠାର ଅନୁମୋଦନ ପାଇଁ ୪୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଗଂଜାମ ଜିଲ୍ଲା ବୁଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି)ର ଇଞ୍ଜିନିୟର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଅଭିଯୁକ୍ତ ଇଞ୍ଜିନିୟର ହେଲେ ସାଗରିକା ମହାନ୍ତି। ଏକ କୋଠାର ଅନୁମୋଦନ ପାଇଁ ଶ୍ରୀମତୀ ମହାନ୍ତି ଲାଞ୍ଚ ଟଙ୍କା ମାଗିଥିଲେ। ଏହି ଲାଞ୍ଚ ଟଙ୍କା ଗ୍ରହଣ କରିବାର ଅଳ୍ପ ସମୟ ପରେ ପୂର୍ବ ଯୋଜନା ଅନୁସାରେ ଭିଜିଲାନ୍ସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଶ୍ରୀମତୀ ମହାନ୍ତିଙ୍କ ଠାରୁ ଭିଜିଲାନ୍ସ ଟିମ୍ ୪୦୦୦ ଟଙ୍କା ଜବତ କରିଥିଲେ। ଏହି ଘଟଣା ପରେ ଭିଜିଲାନ୍ସ ଟିମ୍ ଶ୍ରୀମତୀ ମହାନ୍ତିଙ୍କ ଠିକଣାରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି।
ଅନ୍ୟ ଏକ ମାମଲାରେ ମାଲକାନଗିରି ଜିଲ୍ଲା ମୋଟୁ ରାଜସ୍ବ ନିରୀକ୍ଷକ (ଆରଆଇ) ଆଜି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ମୋଟୁ ଆରଆଇ ସୂର୍ଯ୍ୟ କୁମାର ବାଲା ଏକ ଜମି ଜବରଦଖଲ ମାମଲାର ସମାଧାନ ପାଇଁ ଅଭିଯୋଗକାରୀ ଘନଶ୍ୟାମ ମହନ୍ତଙ୍କୁ ୨୫ ହଜାର ଟଙ୍କା ମାଗିଥିଲେ। ଆରଆଇ ଶ୍ରୀ ବାଲା ପୂର୍ବରୁ ୧୦ ହଜାର ଟଙ୍କା ନେଇସାରିଥିବା ବେଳେ ଆଜି ବାକି ୧୫ ହଜାର ଟଙ୍କା ନେଉଥିଲେ। ତେବେ ସେ ଲାଞ୍ଚ ଗ୍ରହଣ କରିବାର ଅଳ୍ପ ସମୟରେ ପରେ ଭିଜିଲାନ୍ସ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ପୂର୍ବ ଯୋଜନା ଅନୁସାରେ ଅତର୍କିତ ଚଢ଼ଉ କରିଥିଲେ। ଘଟଣାସ୍ଥଳରୁ ନଗଦ ୧୫ ହଜାର ଟଙ୍କା ଜବତ ହୋଇଥିଲା। ଭିଜିଲାନ୍ସ ଟିମ୍ ଆରଆଇ ଶ୍ରୀ ବାଲାଙ୍କ ମାଲକାନଗିରି ଥାନା ଅନ୍ତର୍ଗତ ଏମଭି ୪୫ ଗ୍ରାମରେ ଥିବା ଘରେ ମଧ୍ୟ ଚଢ଼ଉ ଜାରି ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/11/bf856534-903e-44ec-a0de-7dc236613be2.jpeg)