ଜେଇଇ ଆଡ଼ଭାନ୍ସଡ ଅଗଷ୍ଟ ୨୩ରେ

ଭୁବନେଶ୍ୱର : ଦେଶର ୨୩ଟି ଆଇଆଇଟିରେ ନାମଲେଖା ପାଇଁ ଅନୁଷ୍ଠିତ ହେବାକୁ ଥିବା ଜେଇଇ ଆଡଡଭାନ୍ସଡ୍‌-୨୦୨୦ ଅଗଷ୍ଟ ୨୩ ତାରିଖରେ ହୋଇପାରେ। ଏନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ଗତକାଲି ସୂଚନା ଦେଇଛନ୍ତି। ପରୀକ୍ଷାର ସବିଶେଷ ବିବରଣୀ ଖୁବଶୀଘ୍ର ପ୍ରକାଶ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ ଯେ ଆସନ୍ତା ଜୁଲାଇ ୧୮ରୁ ୨୩ ତାରିଖ ମଧ୍ୟରେ ଜେଇଇ ମେନ୍‌ ପରୀକ୍ଷା ଅନୁଷ୍ଠିତ ହେବ। ଏହି ପରୀକ୍ଷାରେ ଶ୍ରେଷ୍ଠ ୨.୪ ଲକ୍ଷ ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସଡ୍‌ ଦେବା ପାଇଁ ଯୋଗ୍ୟବିବେଚିତ ହେବେ। ଅନୁମାନ କରାଯାଉଛି ଯେ ଅଗଷ୍ଟ ୧୦ ସୁଦ୍ଧା ଜେଇଇ ମେନ ପରୀକ୍ଷା ଫଳ ପ୍ରକାଶ ପାଇବ। ଏହାପରେ ଜେଇଇ ଆଡ଼ଭାନ୍ସଡ ଲାଗି ଆବେଦନ ଆରମ୍ଭ ହେବ।

ସମ୍ବନ୍ଧିତ ଖବର